ଇସ୍ରାଏଲ ଉପରେ ହିଜବୁଲ୍ଲାର ଘନ ଘନ ରକେଟ ମାଡ଼

ବେରୁଟ: ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସାମରିକ ଘାଟି ଉପରକୁ ୨୦୦ରୁ ଅଧିକ ରକେଟ୍ ନିକ୍ଷେପ କରିଛି। ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ର ଆକ୍ରମଣ ଲେବାନନ-ଇସ୍ରାଏଲ ସୀମାରେ ଦୀର୍ଘ ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ସବୁଠାରୁ ବଡ ଆକ୍ରମଣ ଥିଲା । ଗତ କିଛି ସପ୍ତାହ ହେବ ଏହି ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି।
ହିଜବୁଲ୍ଲାର ଏହି ଆକ୍ରମଣ ପରେ ମଧ୍ୟପୂର୍ବରେ ଚାଲିଥିବା ଯୁଦ୍ଧର ପରିସର ଆହୁରି ବଢିଯାଇଛି । ଏବେ ଇସ୍ରାଏଲ ସେନା ଗାଜାରେ ଥିବା ହମାସ ସହିତ ଲୋବାନନରେ ଥିବା ହିଜବୁଲ୍ଲା ଉପରେ ମଧ୍ୟ ପ୍ରଚଣ୍ଡ ଆକ୍ରମଣ କରିବାର ସମ୍ଭାବନା ରହିଛି ।
ଇସ୍ରାଏଲ ସେନା କହିଛି ଯେ ଲେବାନନରୁ ଏହାର ଅଞ୍ଚଳକୁ ରକେଟ୍ ନିକ୍ଷେପ କରାଯାଇଥିଲା, ଯେଉଁଥିରୁ ଅଧିକାଂଶ ଅଧାବାଟରେ ନଷ୍ଟ ହୋଇଯାଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୯ ମାସ ହେଲା ଯୁଦ୍ଧ ଚାଲିଛି। ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ ସମଗ୍ର ଗାଜାକୁ ଏକ ଧ୍ବଂସସ୍ତୁପରେ ପରିଣତ କରିଦେଇଛି ।

nis-ad
Leave A Reply

Your email address will not be published.