୭୫ତମ ବନ ମହୋତ୍ସବ ଅବସରରେ ‘ଏକ ପେଡ଼ ମାଆ କେ ନାମ’ କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଳକ ସଦର ମହକୁମାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷ୍ୟରୁ ୭୫ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ପଡିଆ ସ୍ଥିତ ଅନୂସୁଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ବୃକ୍ଷ ରୋପଣ, ଜଙ୍ଗଲ ସ୍ରୁଷ୍ଟି ଏହାର ଆବଶ୍ୟକତା ଓ ସମ୍ପ୍ରତି ପରିସ୍ଥିତିରେ ପରିବେଶ ସୁରକ୍ଷାରେ ବୃକ୍ଷର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ବନ ମହୋତ୍ସବ ଅବସରରେ ” ଏକ୍ ପେଡ଼ ମା କେ ନାମ” ସ୍ଲୋଗାନ୍ ସହ ପ୍ରତ୍ୟକ ବ୍ୟକ୍ତି ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଦିଗରେ ସଚେତନ ହେବାକୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନାଗିରି ଜିଲ୍ଲାର ଡିଏଫଓ ପ୍ରତାପ କତା ପାଲ୍ଲୀ, ଡ଼ି ଡବ୍ଲୁ ଓ ଶ୍ରୀନିବାସ ଆଚାରି ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ସତପଥି, ରେଞ୍ଜର ଟଙ୍କଧର ଦାସ, ପଡିଆ ଏସଏସଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ବୁଦୁରା କାବାସୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପଡିଆ ଏସଏସଡି ହାଇସ୍କୁଲ ସମେତ ଆଖପାଖ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥି ମାନେ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ଲାଗି ଶପଥ କରିଛନ୍ତି। ଆଜିର ଏହି ବନ ବନମୋହଉତ୍ସବରେ ସହଯୋଗୀ ସୃଷ୍ଟି ଏନ ଜିଓ ର ଟିମ ଲିଡ଼ର ବି ଶ୍ରୀନିବାସ ପାତ୍ର, ଡେଭଳ୍ପ ମେଣ୍ଟ ଅଫିସର ସୁବ୍ରତ ସ୍ୱାଇଁ, ଏନ ରବିକୁମାର ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.