ଆରଏମସି ତରଫରୁ ଅନୁଷ୍ଠିତ ହେଲା ଯୁଗ୍ମ ଜନଶୁଣାଣି : ୨୧ଟି ଅଭିଯୋଗ ତଥା ସମସ୍ୟାର ହେଲା ଶୁଣାଣି

ଅଭିଯୋଗ ଶୁଣାଣି ପରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଲେ କମିଶନର

ରାଉରକେଲା : ରାଉରକେଲା ମହାନଗର ନିଗମ ତରଫରୁ ଜନସାଧାରଣଙ୍କ ଆପତ୍ତି ତଥା ଅଭିଯୋଗ ଗୁଡ଼ିକର ଆଶୁ ସମାଧାନ ଲାଗି ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ବିହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ଏଥିରେ ଉପସ୍ଥିତ ରହି ଅଭିଯୋଗକାରୀଙ୍କ ଆପତ୍ତି ଶୁଣିବା ସହ ଏହାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମଙ୍ଗଳବାର ଅନୁଷ୍ଠିତ ଏହି ଜନଶୁଣାଣିରେ ମୋଟ ୨୧ଟି ଅଭିଯୋଗର ଆସିଥିଲା। ୱାର୍ଡ ନମ୍ବର ୪ ଓ ୫ ଅଧୀନରେ ଥିବା ପାନପୋଷ ବସ୍ତି, ଟୁଙ୍ଗୁରି ଟୋଲା, ଜଗନ୍ନାଥ କଲୋନୀ କଲୋନୀ, ପ୍ରଧାନପାଲ୍ଲୀ, ବନ୍ଦପୋଷ, ତପସ୍ୟା ନଗର, ତୁଳସୀଟୋଲା, ବଙ୍କିଆ, ଟିସ୍କୋ କଲୋନୀ, କିସାନଟୋଲା, ଛେଣ୍ଡ ବସ୍ତି, କୌଶଲ୍ୟା ନଗର ଓ ଫାଦର କଲୋନୀର ଅଭିଯୋଗକାରୀ ବିଭିନ୍ନ ସମସ୍ୟା ନେଇ ଆସିଥିଲେ। ସେଥିମଧ୍ୟରେ ମୁଖ୍ୟତଃ ଡ୍ରେନ୍ ସମସ୍ୟା, ଷ୍ଟ୍ରିଟ ଲାଇଟ, ଜମି ପଟ୍ଟା, ଗୋଷ୍ଠୀ ଶୌଚାଳୟ ନିର୍ମାଣ, ରାସ୍ତା ସଂଯୋଗୀକରଣ, ପରିଚୟ ଗୃହ ନିର୍ମାଣ, ଖୋଲା ସ୍ଥାନର ସୌନ୍ଦର୍ଯ୍ୟକରଣ ଆଦି ଅଭିଯୋଗ ରହିଥିଲା।

ଏହି ଜନଶୁଣାଣିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଯୁଗ୍ମ ଜନଶୁଣାଣିରେ ଆସିଥିବା ବିଭିନ୍ନ ଅଭିଯୋଗକୁ ଆଧାର କରି କମିଶନର ଆଶୁତୋଷ କମିଶନର ଆଶୁତୋଷ କୁଲକର୍ଣ୍ଣି କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଥିଲେ। । ସେ ସ୍ଥାନୀୟ କୌଶଲ୍ୟା ବିହାର, ପିକେ ଦାସ କଲୋନୀ, ଜଗନ୍ନାଥ କଲୋନୀ, ଫାଦର କଲୋନୀ ଯାଇ ସେଠାରେ ପାଣି ଜମା ହେଉଥିବା ସ୍ଥାନ ଦେଖିବା ସହ ଏକ ମାଷ୍ଟର ପ୍ଳାନ ପ୍ରସ୍ତୁତ କରି ଏହାର ସ୍ଥାୟୀ ସମାଧାନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

nis-ad
Leave A Reply

Your email address will not be published.