ସମସ୍ୟା ଘେରରେ ଷୋଲଭାଗ ପେଣ୍ଠ ସରକାରୀ ବିଦ୍ୟାଳୟ

ପାତ୍ରପୁର : ପାତ୍ରପୁର ବ୍ଲକ୍ ସୁରଙ୍ଗି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଷୋଲଭାଗପେଣ୍ଠ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଛି l ଛାତ୍ର ଛାତ୍ରୀ ସଂଖ୍ୟା ୧୭୫ ଥିବା ବେଳେ ଶ୍ରେଣୀ ଗୃହ ସଂଖ୍ୟା ମାତ୍ର ୨ଟି। ଶିକ୍ଷକ, ଶିକ୍ଷୟତ୍ରୀ ସର୍ବ ମୋଟ ୬, ଜଣ କାର୍ଯ୍ୟରତ ଅଛନ୍ତି l ବିଦ୍ୟାଳୟରେ ପିଲାଙ୍କ ବସିବା ନିମନ୍ତେ ଶ୍ରେଣୀ ଗୃହର ଅଭାବ, ପାନୀୟ ଜଳର ସମସ୍ୟା, ଖେଳ ପଡିଆ, ପିଲାଙ୍କ ସୁରକ୍ଷିତ ନିମନ୍ତେ ବିଦ୍ୟାଳୟର ସୁରକ୍ଷା କାନ୍ଥର ବ୍ୟବସ୍ଥା ମଧ୍ୟ ନାହିଁ l ସରକାରଙ୍କ ଏତେ ସବୁ ଯୋଜନା କାର୍ଯ୍ୟକାରୀ ହେବା ପରେ ମଧ୍ୟ ଉକ୍ତ ବିଦ୍ୟାଳୟର ଅଵସ୍ଥା ଏହିପରି ହୋଇଛି ଯେ ପିଲାଙ୍କ ଗୁଣାତ୍ମକ ଶିକ୍ଷାରେ ବାଧା ସୃଷ୍ଟି ହୋଇ ସେଠାରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଅଗ୍ରସର ହେଉଅଛି l ଏ ନେଇ ପ୍ରଶାସନକୁ ବାରମ୍ବାର ନିବେଦନ କଲେ ମଧ୍ୟ କିଛି ଫଳ ପାଇନାହାନ୍ତି ଗ୍ରାମବାସୀ l ବିଦ୍ୟାଳୟ ର ଏହି ପରିସ୍ଥିତକୁ ଦେଖି ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି l ବିଦ୍ୟାଳୟର ଏ ସମସ୍ତ ସମସ୍ୟା ଦୂର କରିବା ପାଇଁ ପ୍ରଶାସନକୁ ପୁଣି ଥରେ ନିବେଦନ କରିଛନ୍ତି ଗ୍ରାମବାସୀ l

nis-ad
Leave A Reply

Your email address will not be published.