ମା’ ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ : ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଜୁନ୍ ୫ ତାରିଖରେ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ପରିବେଶର ସୁରକ୍ଷା ପାଇଁ ସରକାରୀ, ବେସରକାରୀ ତଥା ବ୍ୟକ୍ତିଗତ ଭାବେ ନିଜ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ପାଇଁ ଏକ ବୃହତ୍ତ ଓ ଚମତ୍କାର ଚାରା ରୋପଣ ଅଭିଯାନ ଆରମ୍ଭ କରିଛନ୍ତି । ଏହି କ୍ରମରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲା ପର୍ଯ୍ୟଟନକାର୍ଯ୍ୟାଳୟ ପରିସରରେ ଏହି ମହତ୍ କାର୍ଯ୍ୟକୁ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଅଶୋକ କୁମାର ଭୋଇ, ଡେପୁଟି କଲେକ୍ଟର, ନିଜାରତ -ତଥା- ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅନୁପମ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଭାକର ମହାରଣା, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ପାଣିଗ୍ରାହୀ, ଏଚ୍.ଆର୍.ଏମ୍.ଏସ୍., କନ୍ଧମାଳର ଜିଲ୍ଲା ସଂଯୋଜକ ଦିପ୍ରୀକାନ୍ତ ନାୟକ ଏବଂ ଗଣମାଧ୍ୟମର ପ୍ରତିନିଧୂମାନଙ୍କ ଦ୍ଵାରା ସମ୍ପାଦନ କରାଯାଇଛି। ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସର ମଧ୍ୟରେ ପ୍ରାୟ ୧୦ ଗୋଟି ଚାରା ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟାଳୟର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.