ଅଣସର ଘରେ ମହାପ୍ରଭୁ, ସୁସ୍ଥତା ପାଇଁ ଚାଲିଛି ଓଷ ଲାଗି ବିଧି

ପୁରୀ: ମହାସ୍ନାନ ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଚତୁର୍ଦ୍ଧାବିଗ୍ରହ । ଏଥିପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଦଇତାପତି ସେବାୟତ ମାନେ ଜାରି ରଖିଛନ୍ତି ଗୁପ୍ତ ଚିକିତ୍ସା । ସମ୍ପୂର୍ଣ୍ଣ ଆୟୁର୍ବେଦ ପ୍ରଣାଳୀରେ ମହାପ୍ରଭୁଙ୍କ ଚିକିତ୍ସା ଜାରି ରହିଛି । ଚତୁର୍ଦ୍ଧାବିଗ୍ରହଙ୍କ ଶରୀରରେ ଫୁଲୁରୀ ତେଲ ଲାଗିପରେ ଗତକାଲି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷ ଲାଗି ହେବା ନେଇ ଵିଧି ରହିଛି । ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୁ ଜଗନ୍ନାଥ । ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି ।

ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗିହେବା ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଗତକାଲି ମଧ୍ୟାହ୍ନ ଧୂପ ପରେ ସୁଦ୍ଧଶୁଆର ମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇଛନ୍ତି । ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଏବଂ ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବା ପରେ ଏକାଦଶୀ ତିଥିରେ ଦଶମୂଳ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବାର ପରମ୍ପରା ରହିଛି ।

nis-ad
Leave A Reply

Your email address will not be published.