ଜଗନ୍ନାଥ ବଜାରର ନୂତନ କର୍ମକର୍ତ୍ତା ଚୟନ…

ଫୁଲବାଣୀ : ଫୁଲବାଣୀ ଜଗନ୍ନାଥ ବଜାର କମିଟିର ନିର୍ବାଚନ ପ୍ରକ୍ରିୟା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବଜାର କମିଟିର ପରାମର୍ଶଦାତା କପିଳେଶ୍ଵର ସେନାପତିଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା ।ତତ୍ ପରେ ସଭାପତିତ୍ଵ କରୁଥିବା କପିଳେଶ୍ୱର ସେନାପତି ପୂର୍ବ କମିଟିକୁ ଭଙ୍ଗ କରିଥିଲେ । ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତି କ୍ରମେ ପୁନର୍ବାର ପୁରାତନ କମିଟିକୁ ପୁଣି ଆଉଥରେ ଦାୟିତ୍ଵ ଦେବାପାଇଁ ଉପଦେଷ୍ଟା ମଣ୍ଡଳୀ ସୁଧୀର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ସେନାପତି, ରାଘ ବାନନ୍ଦ ଦଲାଲ ପ୍ରମୂଖ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ କହିଥିଲେ l ପରେ ସର୍ବ ସମ୍ମତି କ୍ରମେ ପି ସୁଧାଂଶୁ ସେନାପତି ସଭାପତି, କ୍ରିଷ୍ଣା ସେନାପତି ଉପସଭାପତି, ସମ୍ପାଦକ ଭାବେ ଦୀପକ କୁମାର ବେହେରା, ଜନାର୍ଦନ ମିଶ୍ର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଏହା ବ୍ୟତୀତ ଏଗାର ଜଣ ସଦସ୍ୟ କାର୍ଯ୍ୟକାରୀ କମିଟି ରୂପେ ନିର୍ବାଚିତ ହୋଇଥିଲେ। ନବ ନିର୍ବାଚିତ କମିଟି ଆଗାମି ଦିନରେ ସମସ୍ତ ସଭ୍ୟଙ୍କ ସହଯୋଗରେ ବଜାରର
ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

nis-ad
Leave A Reply

Your email address will not be published.