ଅନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୁଦ୍ଧ ଦିବସ ପାଳିତ

ମାଲକାନଗିରି : ବୁଧବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୁଦ୍ଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ରାମମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶପଥ ପାଠ କରାଇଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ସଭାପତିତ୍ବ କରିଥିଲାବେଳେ , ବରିଷ୍ଠ ପ୍ରାଧ୍ୟାପକ ବିଶିଷ୍ଟ ସମାଜସେବୀ ଡ. ରଞ୍ଜନ କୁମାର ସ୍ବାଇଁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।ଅବକାରୀ ବିଭାଗର ନିରୀକ୍ଷକ ବିମ୍ବାଧର ପଣ୍ଡା ଓ ଉପନିରୀକ୍ଷକ ଟଙ୍କଧର ଭୋଇ ପ୍ରମୁଖଙ୍କ ସହ ବହୁ ସାମ୍ବାଦିକ ,ସମାଜସେବୀ ଏବଂ ଦେଢ଼ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମାଜ ସଚେତନତାର ସ୍ଲୋଗାନ ଦେଇ ଜନତାଙ୍କୁ ପ୍ରଭାବିତ କରିବାର ପ୍ରୟାସ କରିଥିଲେ। ଗତକାଲି ମଧ୍ୟ ଏହି ଉପଲକ୍ଷେ ଏକ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ମାଲକାନାଗିରି ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇ କୃତୀ ପରିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

nis-ad
Leave A Reply

Your email address will not be published.