ସମ୍ବାଦିକାଙ୍କ ଉପରକୁ କୁକୁର ଛାଡି ଆକ୍ରମଣର ନିନ୍ଦା

ରାୟଗଡ଼ା : ଅର୍ଗସରେ କାର୍ଯ୍ୟରତ ମହିଳା ସମ୍ବାଦିକା ଙ୍କ ଉପରକୁ କୁକୁର ଛାଡି ଆକ୍ରମଣ କଲେ ବିଜେଡିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ଏବଂ ତାଙ୍କ ପରିବାର ଲୋକ | ତତ ସହିତ ଅର୍ଗସ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ ଉପରେ ରଘୁନନ୍ଦନ ଓ ତାଙ୍କ ଲୋକ କଲେ ଆକ୍ରମଣ | ଏହି ଆକ୍ରମଣ ଘଟଣାର ପ୍ରତିବାଦ ସ୍ବରୂପ ଆଜି ରାୟଗଡା ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁ ଏହି ଘଟଣାକୁ ଅତି ଗୁରୁତର ସହିତ ଗ୍ରହଣ କରିଛନ୍ତି ଏବଂ ରାୟଗଡା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିକଟକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଏହି ଘଟଣାରେ ସମ୍ପୃକ୍ତ ଥିବା ବିଜେଡିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କୁ ଆରେଷ୍ଟ କରିବା ଏବଂ ତାଙ୍କ ସହିତ ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ଏବଂ ରାଜ୍ୟରେ ସାମ୍ବାଦିକ ମାନଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ଲାଗୁ କରିବା ନିମନ୍ତେ ଦାବି ରଖିଛନ୍ତି ଜିଲ୍ଲା ର ସମସ୍ତ କାର୍ଯ୍ୟରତ ସାମ୍ବାଦିକ।

nis-ad
Leave A Reply

Your email address will not be published.