କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମନ୍ତ୍ରୀମଣ୍ଡଳ ଗଠନ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମନ୍ତ୍ରୀମଣ୍ଡଳ ଗଠନ ହୋଇଯାଇଛି |ଆଜି ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକରେ ବିଦ୍ୟାଳୟର ନିୟମାବଳୀ ଅନୁଯାୟୀ ବିଦ୍ୟାଳୟର ମନ୍ତ୍ରୀମଣ୍ଡଳ ସର୍ବସମିତି କ୍ରମେ ମନୋନୀତ କରାଯାଇଥିଲା | ଯେପରିକି ମୁଖ୍ୟମନ୍ତ୍ରୀ ରୂପେ ଛାତ୍ର ଶ୍ରୀ ଅମିତ ମାଝୀ, ଉପ ମୁଖ୍ୟମନ୍ତ୍ରୀ ରୂପେ ବର୍ଷା ସାହୁ, ଖାଦ୍ୟମନ୍ତ୍ରୀ କ୍ରୀଷ୍ଣା ସାହୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ଅଭିଷେକ ପାନ, ସଂସ୍କୃତି ମନ୍ତ୍ରୀ ଅନୁସ୍ନେହା କଛୁଆ ଓ ନିକିତା ଖେଶ, କ୍ରୀଡା ମନ୍ତ୍ରୀ ଏମ ଡି ଜୟଦ ହାସମି ଓ ରୋହନ ସିଂହ, ପରିବେଶ ମନ୍ତ୍ରୀ ତାନୋଜ ବାରିକ ଓ ଏମ ଡି ଅତିକ ରେହାନ ଅନସାରୀ ଏବଂ ଶିକ୍ଷାମନ୍ତ୍ରୀ ରୂପେ ସୂରଜନ ଅହିର ପ୍ରମୁଖ ମୋନାନିତ ହୋଇଛନ୍ତି ! ପରିଶେଷରେ ବିଦ୍ୟାଳୟର ବଶିଷ୍ଠ ଶିକ୍ଷୟତ୍ରୀ ରୋଜଲିନ ଗୁଡ଼ିଆ ଧନ୍ୟବାଦ ପ୍ରଦାନ କରିଥିଲେ |

nis-ad
Leave A Reply

Your email address will not be published.