ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା ଛେଣ୍ଡ ଥାନା ପୋଲିସ । ଗତ ୨୩ ତାରିଖରେ ଛେଣ୍ଡ କଲୋନୀ ସ୍ଥିତ ଆରଡିଏ କଲୋନୀରେ ରହୁଥିବା ନିହାର ସରକାର ରାତିରେ ଘର ପାଖର ରାସ୍ତାରେ ବୁଲୁଥିବା ବେଳେ ହଠାତ୍ ଏକ କାରରେ ଆସି ୩ ଦୁର୍ବୃତ୍ତ ଅପହରଣ କରିନେଇଥିଲେ ।

କାରରେ ଭିତରେ ମାଡ଼ ମାରିବା ସହ ହତ୍ୟା ଧମକ ଦେଇ ଟଙ୍କା ସହ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ । ପରେ ବିଳମ୍ବିତ ରାତିରେ ବାଲୁଘାଟ ନିକଟରେ ଛାଢ଼ିଦେଇ ଫେରାର ହୋଇଯାଇଥିଲେ ଅପହରଣକାରୀ । ଘଟଣାକୁ ନେଇ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

nis-ad
Leave A Reply

Your email address will not be published.