ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରା ଜିଲ୍ଲା କୋଷାଗାର କର୍ମଚାରୀ ପୁରସ୍କୃତ

ଛତ୍ରପୁର : ସୋମବାର ଦିନ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲାମୁଖ୍ୟ କାର୍ଯ୍ୟାଳୟ ଛତ୍ରପୁରଠାରେ ଜିଲ୍ଲା କୋଷାଗାରର ଦୁଇ କର୍ମଚାରୀଙ୍କୁ ୨୦୨୪ ମସିହାର ମାର୍ଚ୍ଚ -ପୁରସ୍କାର ପ୍ରଦାନ କରିଛନ୍ତି। ଏହି ନିରାଡ଼ମ୍ବର ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା କୋଷାଗାର ଅଧିକାରୀ ପ୍ରଣବ କୁମାର ତ୍ରିପାଠୀ , ଅତିରିକ୍ତ ଜିଲ୍ଲା କୋଷାଗାର ଅଧିକାରୀ ଅଳକାନନ୍ଦା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କୋଷାଗାରର ବରିଷ୍ଠ ଷ୍ଟେନୋ ଶ୍ରୀ ସନ୍ତୋଷ କୁମାର ଦାଶ ଓ ଡାଟାଏଣ୍ଟ୍ରି ଅପରେଟର ଶ୍ରୀ ଜିତେନ୍ଦ୍ର କୁମାର ସେଠୀଙ୍କୁ ସେମାନଙ୍କର ସମର୍ପିତ ଓ ଗୁଣାତ୍ମକ କାର୍ଯ୍ୟ ଲାଗି ଜିଲ୍ଲାପାଳ ଏହି ପୁରସ୍କାର ପ୍ରଦାନ କରିଛନ୍ତି୍।

ସୂଚନାଯୋଗ୍ୟ ଯେ ୨୦୨୩ ମସିହାଠାରୁ ଜିଲ୍ଲା କୋଷାଗାର,ଗଞ୍ଜାମ ଗୁଣାତ୍ମକ ସରକାରୀ ସେବା ଲାଗି ନିଜ ଜିଲ୍ଲାର କର୍ମଚାରୀଙ୍କୁ ମାର୍ଚ୍ଚ ପୁରସ୍କାର ଦେଇ ଆସୁଛି । ପୁରସ୍କାର ପ୍ରଦାନ କରିବା ଅବସରରେ ଜିଲ୍ଲାପାଳ ଦୁଇ ପୁରସ୍କୃତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଜିଲ୍ଲା କୋଷାଗାର ଏହି ଅଭିନବ ପୁରସ୍କାରର ଆୟୋଜନ ଲାଗି ଜିଲ୍ଲା କୋଷାଗାର ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ ଜିଲ୍ଲା କୋଷାଗାରର ବରିଷ୍ଠ ଗାଣତିକ ରବୀନ୍ଦ୍ର ନାଥ ସାହୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମହୋଦୟଙ୍କୁ ସେମାନଙ୍କର ପ୍ରେରଣା ଲାଗି ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.