ଛତ୍ରପୁର ଷ୍ଟାଇଲବଜାର ପକ୍ଷରୁ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ

ଛତ୍ରପୁର : ଛତ୍ରପୁର ମେନ୍ ରୋଡ଼ରେ ଅବସ୍ଥାପିତ ଷ୍ଟାଇଲବଜାର ଆନୁକୂଲ୍ୟରେ ଏକ ଶିଶୁ ପ୍ରତିଭା କାର୍ଯକ୍ରମ ଫେସିଅନ୍-ସୋ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଛତ୍ରପୁର ସହରାଞ୍ଚଳ ର ପ୍ରାୟ ଶତାଧିକ ଶିଶୁ ଏହି ପ୍ରତିଭା କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜ ର ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ଧୂନ୍ ର ତାଳେ ତାଳେ ପାଶ୍ଚାତ୍ୟ ଜଗତର ସଂସ୍କୃତି କଳା ରେ ଅଭିନୟ କରି ପାରଦର୍ଶିତା ପ୍ରତିପାଦନ କରିଥିଲେ । ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ମଧ୍ୟରେ ପ୍ରାୟତଃ ୧୩ବର୍ଷ ମଧ୍ୟରେ କୁନି କୁନି ବାଳିକାମାନେ ‘ଫେସିଅନ୍-ସୋ’ ପ୍ରତିଭା କାର୍ଯକ୍ରମରେ ଯୋଗଦେଇ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଏଥିରେ ୪ବର୍ଷରୁ ୬ ବର୍ଷ ମଧ୍ୟରେ ଜୁନିୟର ବିଭାଗରେ ଅପୂର୍ବ ରେଡ୍ଡୀ, (ପ୍ରଥମ), ସାତ୍ତ୍ୱିକ ମହାପାତ୍ର,(ଦ୍ଵିତୀୟ), ରୀୟା ଦୋରା ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ୭ବର୍ଷରୁ ୧୨ବର୍ଷ ମଧ୍ୟରେ ସିନିୟର୍ ବିଭାଗରେ ଶାହାଗୁନ୍ ପାଣିଗ୍ରାହୀ, (ପ୍ରଥମ),ଆରାଧ୍ୟା ପ୍ରଧାନ, ଦ୍ଵିତୀୟ ଓ ସମାନୀତା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ସମସ୍ତ ପ୍ରତିଯୋଗୀ ଙ୍କୁ କମ୍ପାନୀ ତରଫରୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା । କମ୍ପାନୀ ବ୍ରାଞ୍ଚ ଅଫିସର ଗଙ୍ଗାଧର ରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ଅଭିଭାବକ ଙ୍କୁ ସାଧୁବାଦ ଜଣାଇଥିବା ସାଂଗକୁ ପ୍ରତିଯୋଗୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ ।

nis-ad
Leave A Reply

Your email address will not be published.