ରାଏବଗା ପୋଲିସ ପକ୍ଷରୁ ଚଢ଼ାଉ,ବାଲି ମାଫିଆ ଆତଙ୍କିତ…!

ଚାରି ଗିରଫ ସହ ଗାଡ଼ି ଜବତ କଲା ପୋଲିସ…

ନିଘୋଡ଼ ନିଦରେ ଖଣିବିଭାଗ…!!

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ବେଆଇନ ବାଲି ବ୍ୟବସାୟ କୁ ପୁଣି ଠାବ କରିଛି ରାଏବଗା ପୋଲିସ। ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ପ୍ରହ୍ଲାଦ କୁମାର ପ୍ରଧାନ ନିଜର ସହକର୍ମୀଙ୍କ ସହିତ ସଲଙ୍ଗାବାହାଲ ଓ ଦଲକିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଦୁଇଟି ଡମ୍ଫର ଯାହାର ନମ୍ବର OR 14 R 1052 ଓ OR 14 Q 9056 ରେ ବେଆଇନ ଭାବେ ବାଲି ପରିବହନ କରି ସଲଙ୍ଗାବାହାଲ ରୁ ବୀରମିତ୍ରପୁର ପାର୍ଶ୍ଵକୁ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ରାଏବଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାଞ୍ଚଟି ବେଆଇନ ବୋଝେଇ କରିଥିବା ବାଲି ଗାଡିଙ୍କ ସହିତ ବାଲି ମାଫିଆ କବିରାଜ ସାହୁଙ୍କୁ ଥାନାରେ ଅଟକ ରଖି ତାଙ୍କ ନାମରେ ଏକ ମାମଲା ରୁଜୁ କରି ପଚରା ଉଚରା କରୁଛି। ଡ୍ରାଇଭର ମାନେ ଗାଡ଼ି ମାଲିକଙ୍କ ସହିତ ସାଳଙ୍ଗାବାହାଲ ଅଞ୍ଚଳର କବିରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏହି ବେଆଇନ କାର୍ଯ୍ୟ ଚାଲିଥିବା ତଦନ୍ତ ବେଳେ ଜଣାପଡିଛି। ରାଏବଗା ଥାନା କେଶ ନମ୍ବର PS ୧୦୧ ରେ ଡ୍ରାଇଭର ଓ ମାଲିକଙ୍କ ସହ ମୋଟ ଚାରି ଜଣଙ୍କ ନାମରେ ମାମଲା ରୁଜୁ କରିଛି ରାଏବଗା ପୋଲିସ। ରୀତିମତ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି।ଆଜିର ଏହି ଚଢ଼ାଉ ପରେ ବାଲି ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୋଲିସ ନିୟମିତ ଏଭଳି ଚଢ଼ାଉ ଜାରି ରଖିଲେ ସରକାର ଙ୍କ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେବାରୁ ବଞ୍ଚିତ ହେବ। ସୂଚନା ଥାଉକି ଜିଲ୍ଲାର ଅନେକ ବାଲି ଘାଟ ବେଆଇନ ଭାବରେ ଚାଲୁଛି ଏପରିକି ସ୍ଥାନୀୟ ପୋଲିସ କୁ ମୋଟା ଅଙ୍କର ବଟି ଦେଇ ରାତି ଅଧରେ ଘାଟରୁ ବାଲି ଚୋରା ଚାଲାଣ ହେଉଥିବା କୁ ନେଇ ଅଭିଯୋଗ ହେଉଛି l ସରକାର ଙ୍କ ନୂତନ ନିୟମ ଅନୁସାରେ ବାଲୁ ଘାଟ ତହସିଲଦାର ଙ୍କ କ୍ଷମତା କୁ କାଢି ଖଣି ବିଭାଗ କୁ ହସ୍ତାନ୍ତର କରାଯାଇଛି କେବଳ ସଂସ୍କାର ଆଣିବାକୁ କିନ୍ତୁ ବାବୁ ମାନେ ନିଜ ପକେଟ ରାଜସ୍ବ ବଢ଼ାଇ ସରକାରୀ ରାଜସ୍ବ କୁ କ୍ଷତି କରି ଚାଲୁଛନ୍ତି ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.