କାଳି ମାଡ଼ ପ୍ରସଙ୍ଗରେ ଛଅ ବର୍ଷ ପାଇଁ ବହିଷ୍କାର ହେଲେ ୫ କଂଗ୍ରେସ କର୍ମକର୍ତ୍ତା

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦଳର ୫ ଜଣ ନେତାଙ୍କୁ ଛଅ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ କରାଯାଇଛି । ବହିଷ୍କୃତ କଂଗ୍ରେସ ନେତାମାନେ ହେଲେ ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ମହିଳା କଂଗ୍ରେସର ସାଧାରଣ ସଂପାଦକ ଶ୍ରୀୟାସ୍ମିତା ପଣ୍ଡା, NSUI ସଂପାଦକ ସନ୍ଦୀପ ରାଉତରାୟ, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ଅମରେଶ ପରିଡା ଓ NSUIର ରାଜ୍ୟ ସଂପାଦକ ଆରୟନ ସାସମଲ ।

ବିଶୃଙ୍ଖଳା ଓ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଏଭଳି ପଦକ୍ଷେପ ନେଇଛନ୍ତି । ଗତ ୨୧ ତାରିଖରେ କଂଗ୍ରେସ ଭବନ ଉପର ମହଲା କୋଠରୀରେ ପିସିସି ସଭାପତି ଶରତ ପଟ୍ଟନାୟକ ବସିଥିବା ବେଳେ ହଠାତ ୨୦ରୁ ଅଧିକ ଯୁବକ ବିଭିନ୍ନ ସ୍ଲୋଗାନ ଦେଇ ପଶିଥିଲେ । ପିସିସି ସଭାପତିଙ୍କ ସହ ହାତ ମିଳାଇଲେ । ପକେଟରୁ କାଳି ବାହାର କରି ମାଡ଼ କରିଥିଲେ। ଏହାପରେ ଯୁବକମାନେ ତତକ୍ଷଣାତ ସେଠାରୁ ପଳାଇଥିଲେ । ପରେ ପିସିସି ଶୃଙ୍ଖଳାଗତ କମିଟିର ଅଧ୍ୟକ୍ଷ ସନ୍ତେଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ କମିଟି ଘଟଣାର ତଦନ୍ତ କରିଥିଲା।

nis-ad
Leave A Reply

Your email address will not be published.