ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ପଞ୍ଚମ ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାନୁଟ ଗ୍ରାମରେ ଗତ ଫେବୁଆରୀ ୧୦ ତାରିଖରେ ଗ୍ୟାସ ଟାଙ୍କି ଫାଟି ୬ ଜଣ ଆହତ ହୋଇଥିଲେ  l ସେତେବେଳେ ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା, ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟ  ଓ ପରେ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା  l ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଘଟଣାର ସାଢେ ଚାରିମାସ ପରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି  l ମୃତକ ହେଲେ ଦୁତି ଅଦାବରୀଆ l ଦୁତି ଦୀର୍ଘଚାରି ମାସ ପରେ ମୃତ୍ୟୁବରଣ କରିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  l

nis-ad
Leave A Reply

Your email address will not be published.