କଲେଜ ଅଧ୍ୟାପିକାଙ୍କ ମୃତ୍ୟୁର ଫିଟୁନି ରହସ୍ୟ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର : ରହସ୍ୟ ଫିଟୁନି ଘରୋଇ କଲେଜ୍ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣାରୁ । ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ରାଜଧାନୀ ତମାଣ୍ଡୋ ଥାନା ଅଧୀନରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ କମ୍ପୁଟର ସାଇନସ୍ ବିଭାଗର ଅଧ୍ୟାପିକା ଥିଲେ ବର୍ଷା ମିଶ୍ର । ତେବେ ଗତ ୧୧ ତାରିଖ ଦିନ କଲେଜ ଚାଲୁଥିବା ସମୟରେ ଅପରାହ୍ନ ୩ ଟା ସମୟରେ ସେ ଛାତରୁ ଖସି ଗୁରୁତର ହୋଇଥିଲେ I ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଗତ ୧୧ ତାରିଖ ଅପରାହ୍ନ ସାଢେ଼ ୩ ଟା ବେଳେ କମ୍ପୁଟର ସାଇନସ୍ ବିଭାଗ ଅଧ୍ୟାପିକା ବର୍ଷା ମିଶ୍ର କଲେଜ୍ ଚାଲିଥିବା ସମୟରେ ଛାତରୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ବର୍ଷାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କଲେଜ ସମୟରେ ବର୍ଷା କଲେଜ୍ ଛାତରୁ ପଡିଲେ କେମିତି ? ପୂର୍ବରୁ କଲେଜରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା କି ? ଦୁଇ ମହଲାରୁ ତାଙ୍କୁ କେହି ଠେଲି ଦେଇଥିବା ଭଳି ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ଏପରିକି ପରିବାର ଲୋକଙ୍କୁ କଲେଜ ପକ୍ଷରୁ କୌଣସି ସଂଯୋଗ ମଧ୍ୟ ମିଳି ନଥିବା କହିଛନ୍ତି ପରିବାର ଲୋକେ । ବର୍ଷାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇ ହତ୍ୟା କରାଯିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ପରିବାର । ଏ ନେଇ ତମଣ୍ଡୋ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଥିଲା । ତେବେ ଏ ସମ୍ପର୍କରେ ସଂପୃକ୍ତ କଲେଜ କର୍ତ୍ତୁପକ୍ଷଙ୍କ ତରଫରୁ ପ୍ରତିକ୍ରିୟା ମିଳି ପାରି ନାହିଁ । ପୋଲିସ୍ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.