ମାଓକ୍ୟାମ୍ପରୁ ନକଲି ଟଙ୍କା ଛପା ମେସିନ ଓ ନକଲି ଟଙ୍କା ଜବତ…

ମାଲକାନଗିରି : ସୀମାନ୍ତ ଛତିଶଗଡ଼ରେ ମାଓ ଶିବିରରେ ଛପା ହେଉଛି ନକଲି ନୋଟ୍ । ଅସ୍ତ୍ର ଶସ୍ତ୍ର ବଦଳରେ ଲାଲ୍ ବାହିନି ଏବେ ତିଆରି କରୁଛନ୍ତି ନକଲି ଟଙ୍କା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଲଗାତର ଭାବେ ଚାଲିଥିବା ନକ୍ସଲ ବିରେଧି ଅପରେସନ ପରେ ଦୁର୍ବଳ ହୋଇ ପଡିଛି ମାଓ ସଂଗଠନ । କୁହା ଯାଉଛି ଯେ ବାହାର ଫଣ୍ଡିଂ ବନ୍ଦ ହେବା ପରେ ଏବେ ଖାଦ୍ୟ ସାମଗ୍ରୀ କିଣିବା ଲାଗି ମଧ୍ୟ ମାଓବାଦୀଙ୍କ ପାଖରେ ଟଙ୍କା ନାହିଁ । ତେଣୁ ନକଲି ଟଙ୍କା ତିଆରି କରି ଏବେ ହାଟ ବଜାରକୁ ସଦାପୋଷକ ରେ ଯାଉଛନ୍ତି ଲାଲ୍ ବାହନି । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଏକ ମାଓ ଶିବିର ଉପରେ ଚଢାଉ କରି ଏସବୁ ଖୁଲାସା କରିଛନ୍ତି ସୁକୁମା ଏସ.ପି. । ଗତ କାଲି ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ହୋଇଛି ବଡ ଧରଣର ମାଓ ବିରୋଧି ଅପରେସନ । ପ୍ରଥମ ଥର ଲାଗି ମାଓ ଶିବିରରୁ ଅସ୍ତ୍ର ଶସ୍ତ୍ର ଓ ଗୋଳା ବାରୁଦ ସହ ମିଳିଛି ନକଲି ଟଙ୍କା ତିଆରି କରିବା ମେସିନ ଓ ଅନ୍ୟାନ୍ୟ ଉପକରଣ । ୫୦ ଟଙ୍କା ଠାରୁ ଆରମ୍ଭ କରି ୧୦୦, ୨୦୦ ଓ ୫୦୦ ଟଙ୍କା ପରି ସବୁ ନୋଟ ଛପା ଯାଉଥିଲା ଏହି ନକ୍ସଲ କ୍ୟା ମ୍ପରେ । ବେଶ କିଛି ଦିନ ଧରି ଅର୍ଥ ଅଭାବରେ ପିଡିତ ଥିବା ଲାଲ୍ ବାହିନି ବଜାରରେ ନକଲି ନୋଟ ବ୍ୟବହାର କରୁଥିଲେ । କୋଣ୍ଟା ଥାନା ଅନ୍ତର୍ଗତ କୋରାଜଗୁଡା ଜଙ୍ଗଲ ଭିତରେ ଚାଲିଥିବା ଏକ ମାଓ କ୍ୟାମ୍ପ ଉପରେ ସି.ଆର.ପି.ଏଫ, ଡି.ଆର.ଜି ଓ ବସ୍ତର ଫାଇଟରସ୍ ର ଜବାନ ମାନେ ମିଳିତ ଭାବେ ଚଢାଉ କରି ଏହି ନକଲି ଟଙ୍କା ଛପା ମେସିନ, ନକଲି ଟଙ୍କା ଜବତ ହୋଇଥିବାର ସୂଚନା ଦେଇଛନ୍ତି ସୁକୁମା ଏସ.ପି. କିରନ ଚୌହାନ । କେବଳ ବନ୍ଦୁକ ଓ ବୁଲେଟ ନୁହେ ମାଓ ଶିବିରରୁ ମିଳିଛି ମାଳ ମାଳ ମାଓ ସାମଗ୍ରୀ ।

nis-ad
Leave A Reply

Your email address will not be published.