ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି : ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ବଡ ଠାକୁର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଛି ମହା ସମାରୋହରେ ମହାପ୍ରଭୁଙ୍କ ସ୍ନାନଯାତ୍ରା l ଆଜି ପବିତ୍ର ଜ୍ୟେଷ୍ଠମାସ ପୂର୍ଣିମା ଉକ୍ତ ଦିବସକୁ ପ୍ରଭୁ ଜଗନ୍ନାଥଙ୍କ ଜନ୍ମ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଇଥାଏ l ଆଜି ପ୍ରାତଃ ନିତି କାନ୍ତି ସାରି ମଙ୍ଗଳ ଆରତୀ ପରେ ମନ୍ଦିର ରତ୍ନ ସିଂହାସନ ଛାଡି ସ୍ନାନ ବେଦିକୁ ବିଜେ କରିଥିଲେ ଦାରୁବ୍ରହ୍ମ l ୧୦୮ ଗଡୁ ସୁବାସିତ ଜଳରୁ ପ୍ରଥମେ ବଳଭଦ୍ରଙ୍କୁ ୩୨ ପରେ ଜଗନ୍ନାଥଙ୍କୁ ୩୦ ସୁଭଦ୍ରାଙ୍କୁ ୩୦ ଓ ସୁଦର୍ଶନଙ୍କୁ ୧୬ ଗରାରେ ସ୍ନାନ କରାଯାଇଥିବା ଦେଖିବାକୁ ମିଳିଥିଲା l ଏହି ଅବସରରେ ମନ୍ଦିର ପରିଚାଳନା ପକ୍ଷରୁ ନଦିଆ କୀର୍ତ୍ତନ ଥଳିରେ ପରିସର ପ୍ରକମ୍ପିତ ହେଉଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ମଧ୍ୟ ପ୍ରବଳ ଥିଲା l
ସ୍ନାନ ପରେ ଆକର୍ଷଣୀୟ ହାତୀବେଶରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନଦେଇ ଥିଲେ ବଡ ଠାକୁର l ପୁରୋହିତ ଭାବେ ବାଉରୀ ମିଶ୍ର ଯୋଗ ଦେଇଥିବା ବେଳେ କର୍ତ୍ତା ଭାବେ ଅସୀମ ପ୍ରହରାଜ ଦାୟିତ୍ଵ ତୁଲାଇ ଥିଲେ l ପୂଜକ ଶଙ୍କର ପାଢୀଙ୍କ ସମେତ ସିଦ୍ଧେଶ୍ଵର ଦାସ ଓ ଅନ୍ୟ ବ୍ରାହ୍ମଣ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହାନ୍ତ , ସଭାପତି ସୁନାସିର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣାଙ୍କ ସମେତ ଶରତ କୁମାର ସାହୁ, ଶଙ୍କର ବେହେରା, ବରିଷ୍ଠ ଆଇନଜୀବୀ ଵିଜୟ ମହାନ୍ତି,ରଜତ କୁମାର ମହାନ୍ତି,ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ ଓ ଶିବ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.