କନ୍ଧମାଳ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କଲେ ଜନପ୍ରତିନିଧି…

ଫୁଲବାଣୀ ୨୨/୬ : କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ରହିଥିବା ସମସ୍ୟା ଗୁଡିକ ଏକ ପୁସ୍ତିକାରେ ସ୍ଥାନଦେଇ କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀଙ୍କୁ ସାକ୍ଷାତ ଆଲୋଚନା ସହ ଏକ ପୁସ୍ତିକା ପ୍ରଦାନ କରିଛନ୍ତି l ଏଥିସହ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଫଟୋଚିତ୍ର ମଧ୍ୟ ଅର୍ପଣ କରିଛନ୍ତି l ଜିଲ୍ଲାକୁ ଦୀର୍ଘବର୍ଷ ଧରି ପୂର୍ଵର ବିଜେଡି ସରକାର କ୍ଷମତା ଦଖଲ କରି ରଖିଥିବା ବେଳେ ଏହି ପଛୁଆ ଜିଲ୍ଲାର ବିକାଶ ପାଇଁ ରହିଥିବା ସମସ୍ୟା ଗୁଡିକୁ ସମାଧାନ ଦିଗରେ କୌଣସି ଦୃଷ୍ଟି ଦେଇନାହାନ୍ତି l ବିଶେଷ ଭାବେ ଜିଲାରେ ବେଆଇନ ଧର୍ମାନ୍ତରିକରଣ, ସ୍ୱାମୀଜୀଙ୍କ ହତ୍ୟାର ତଦନ୍ତ ପାଇଁ ବସିଥିବା ଦୁଇଟି କମିଶନର ରିପୋର୍ଟକୁ ସାର୍ବଜନୀନ କରିବା ସହ ସିବିଆଇ ତଦନ୍ତ ଏବଂ ଅନ୍ତିମ ଚାର୍ଜସିଟ ଦାଖଲ, ବେଆଇନ ଗୋଚାଲାଣ ବନ୍ଦ କରିବା, ପୂର୍ଵ ସରକାର ବନ୍ଦ କରିଥିବା ବିଦ୍ୟାଳୟ ଗୁଡିକ ଖୋଲିବା ସହ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ କରିବା, ଚକାପାଦ ଓ ଜଳେଶପଟ୍ଟାରେ ସ୍ୱାମୀଜୀଙ୍କ ପ୍ରତିଷ୍ଠିତ ବିଦ୍ୟାଳୟଗୁଡିକର ଭିତିଭୂମିର ବିକାଶ କରିବ ସହ ସୟଂଶାସିତ କରିବା, ଜଳେଶପଟ୍ଟା କନ୍ୟାଶ୍ରମକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବା, ଫୁଲବାଣୀ ମେଡିକାଲ କଲେଜର ଶୀଘ୍ର ନିର୍ମାଣ ଏବଂ ବିଭିନ୍ନ ମେଡିକାଲରେ ଆବଶ୍ୟକ ଡାକ୍ତର ଭେଷଜ ବିଶେଷଜ୍ଞ ନିଯୁକ୍ତି କରିବା, ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ମେଡିକାଲର ଉର୍ଣତି କରଣ କରିବା, ଜିଲ୍ଲାର ସମସ୍ତ ମୁଖ୍ୟ ସଡ଼କଗୁଡିକୁ ପ୍ରଶସ୍ତିକରଣ କରିବା ସହ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ଯାତାୟତ ପାଇଁ ଯାତ୍ରୀ ପରିବହନ ବ୍ୟବସ୍ଥା ଏବଂ ରେଳ ଭିତିଭୂମିକୁ ଶୀଘ୍ର ଆରମ୍ଭ କରିବା, ଜିଲାରେ ଅସ୍ଥାୟୀ ଭାବେ ରହୁଥିବା ଜନସାଧାରଣଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ପ୍ରକୃତ ହିତାଧିକାରୀ ଚୟନ ସହ ଜଙ୍ଗଲଜମି ପଟ୍ଟା ପ୍ରଦାନ କରିବା, ବ୍ଲକ ସ୍ତରରେ ଆମ୍ବ ପଣସ, ଅଦା ହଳଦୀ ମହୁଲ ମାଣ୍ଡିଆ ଶାଳମଞ୍ଜି ସାମଗ୍ରୀ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବା, ବନ୍ଦ ରହିଥିବା ଶୀତଳ ଭଣ୍ଡାର ପୁନଃରୁଦ୍ଧାର ଓ ନୂତନ ନିର୍ମାଣ କରିବା, ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନ ପାଇଥିବା ମନ୍ଦିର, ଜଳପ୍ରପାତ, ଦର୍ଶନୀୟ ସ୍ଥାନ ଏବଂ ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଭିତିଭୂମିରେ ବିକାଶ କରିବାକୁ ଉଲ୍ଲେଖ କରାଯାଇଛି l ସେହିଭଳି ବର୍ଷାଜଳ ସଂରକ୍ଷଣ ପାଇଁ ଚେକଡ୍ୟାମ ନିର୍ମାଣ ସହ ଜିଲାରେ ଥିବା ଜଳାଶୟଗୁଡିକର ପୁନଃରୁଦ୍ଧାର କରିବା, ଅନାବଶ୍ୟକ ଜଙ୍ଗଲ ଭୁମିରେ ନୂତନ ଜଙ୍ଗଲ ସହ ଜଙ୍ଗଲ ସୁରକ୍ଷା କରିବା, ଗୋବରରୁ ବିଦ୍ୟୁତ ଉତ୍ପାଦନ ୟୁନିଟ ସ୍ଥାପନ କରିବା ଏବଂ ପାରମ୍ପାରିକ ଆଦିବାସୀ ବହୁଳ ଜିଲାରେ ଥିବା ମଠ ମନ୍ଦିର, ଭାଗବତ ଟୁଙ୍ଗି, ଧର୍ମପୀଠ ର ପୁନଃରୁଦ୍ଧାର ସହ ଲୋକ ପରମ୍ପରା କଳାକାରଙ୍କୁ ସରକାରୀ ଭତ୍ତା ପ୍ରଦାନ ଭଳି ଅନେକ ଗୁରୁତ୍ୱପୂର୍ଣ ବିଷୟବସ୍ତୁ ଉପରେ ଲିଖିତ ଏକ ପୁସ୍ତକକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମlଝିଙ୍କୁ ପ୍ରଦାନ କରିଛନ୍ତି ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ l ଜିଲ୍ଲାର ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରlଞ୍ଚଳ ପ୍ରଯ୍ୟନ୍ତ ସମସ୍ତ ଦିଗରେ ଭିତିଭୂମି ବିକାଶକୁ ସୁନିଶ୍ଚିତ କରିବା ସହ ଅଗ୍ରଣୀ ଜିଲ୍ଲାର ପରିଚୟ ପାଇବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବିପତ୍ର ରୂପକ ପୁସ୍ତିକା ପ୍ରଦାନ ବେଳେ ସାଂସଦ ଏବଂ ବିଧାୟକଙ୍କ ସହ ଚକାପାଦ ସ୍ଥିତ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଗୁରୁକୁଳ ଆଶ୍ରମ ପରିଚାଳନା କମିଟି ସଭାପତି ବିଭୁତି ଭୂଷଣ ପଟ୍ଟନାୟକ, ରାଷ୍ଟ୍ରୀୟ ସୟଂସେବକ ସଂଘ ଜିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ନରେଶ କୁମାର ମହାନ୍ତି, ଜି. ଉଦୟଗିରି ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ, ବାଲିଗୁଡା ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ କଳ୍ପନା କହଁର ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.