ହାଇକୋର୍ଟ ଗଲେ ବିଜେପି ନେତା ଦିଲ୍ଲୀପ ରାୟ

କଟକ: ହାଇକୋର୍ଟ ଗଲେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ । ରାଉରକେଲା ବିଜେଡି ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ବିରୋଧରେ ଦାୟର କଲେ ନିର୍ବାଚନୀ ମାମଲା । ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲ୍ଲୀପ କୋର୍ଟରେ ଦାବି କରିଛନ୍ତି ।

ଶାରଦା ନିଜ ନାମାଙ୍କନ ପତ୍ରରେ ଭୁଲ୍ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ଦିଲ୍ଲୀପ ଏହି ଅଭିଯୋଗ କରିଛନ୍ତି ।

ଖବର ମୁତାବକ, ନାମାଙ୍କନ ସମୟରେ ଶାରଦା ନିଜ ବିରୋଧରେ ହୋଇଥିବା ଅପରାଧିକ ବିଷୟରେ ଲୁଚାଇବା ସହ ସମ୍ପତ୍ତିର ଭୁଲ୍ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବା ନେଇ ଦିଲ୍ଲୀପ ରାୟ ତାଙ୍କ ଆବେଦନରେ ଦର୍ଶାଇଛନ୍ତି । ଏନେଇ ଶାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ତାଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି ଦିଲ୍ଲୀପ ରାୟ ।

nis-ad
Leave A Reply

Your email address will not be published.