ଲାଞ୍ଚନେଇ ଧରାପଡିଲେ ଆରଆଇ ଓ ଏଆରଆଇ

ସୁବର୍ଣ୍ଣପୁର : ଲାଞ୍ଚ ନେବା ହେଲା କାଳ l ଲାଞ୍ଚନେଇ ଧରାପଡିଲେ ଆରଆଇ ଓ ଏଆରଆଇ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ସର୍କଲର ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗ ଆଜି ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l

ସଂଗ୍ରାମପୁର ଗାଁର ନିତ୍ୟାନନ୍ଦ ପଧାନଙ୍କ ବାପାଙ୍କ ନାମରେ ଏକ ତଦନ୍ତ ରିପୋର୍ଟ ତହସିଲ ଅଫିସକୁ ପଠାଇବା ପାଇଁ ନିତ୍ୟାନନ୍ଦଙ୍କୁ ଆରଆଇ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ତେବେ ଏନେଇ ନିତ୍ୟାନନ୍ଦ ଭିଜିଲାନ୍ସ ଅଫିସକୁ ଜଣାଇଥିଲେ l ଯୋଜନା ଅନୁସାରେ ଆଜି ନିତ୍ୟାନନ୍ଦଙ୍କ ପାଖରୁ ଏହି ଟଙ୍କା ଏଆରଆଇଙ୍କ ମାଧ୍ୟମରେ ଆରଆଇ ନେଉଥିବାବେଳେ ଭିଜିଲାନ୍ସ ଧରିନେଇଥିଲା l ଉଭୟ ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗଙ୍କୁ ଭିଜିଲାନ୍ସ ଗିରଫ କରି ସୋନପୁର ଭିଜିଲାନ୍ସ ଅଫିସକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି l ଏହି ଟ୍ରାପ ସମୟରେ ଉଭୟ ସୋନପୁର ଏବଂ ବଲାଙ୍ଗୀର ଭିଜିଲାନ୍ସ ବିଭାଗର କର୍ମଚାରୀ ସାମିଲ ଥିଲେ l

nis-ad
Leave A Reply

Your email address will not be published.