ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ…

ଫୁଲବାଣୀ : ରାଜ୍ୟ ଶ୍ରମ ଏବଂ କର୍ମଚାରୀ ବିମା ବିଭାଗ ତରଫରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ଶ୍ରମିକ ନିରାକରଣ ରଥକୁ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ମହୋଦୟ ଶୁଭାରମ୍ଭ କରିଥିଲେ । ଶିଶୁ ଶ୍ରମିକ ନିରାକରଣ ସଚେତନତା ଉପଲକ୍ଷେ ଏକ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଫୁଲବାଣୀ ସହର ପରିକ୍ରମା କରିଥିଲା । ଏଥିରେ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସିଡ଼ବ୍ଲୁ ସି ର ସଦସ୍ୟ, ଡିସିପିଓ , ଅଙ୍ଗନବାଡ଼ି କର୍ମୀ ଏବଂ ଟ୍ରେଡ଼ ୟୁନିୟନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଜିଲ୍ଲା ଶ୍ରମ ଅକାରୀ ଶ୍ରୀ ତେଜ୍ କୁମାର ବାଗେଙ୍କ ପ୍ରତ୍ୟକ୍ଷ ତ‌ତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ କର୍ମକର୍ତା ଯୋଗ ଦେଇ ଶିଶୁ ଶ୍ରମକୁ ନା କହିବା ଏହି ସ୍ଲୋଗାନ ଦେଇ ସମଗ୍ର ସହର ପରୀକ୍ରମା କରିଥିଲେ l

nis-ad
Leave A Reply

Your email address will not be published.