ଶ୍ୟାମ ସୁନ୍ଦର ବିଦ୍ୟା ପୀଠ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ…

ପାତ୍ରପୁର, : ପାତ୍ରପୁର ବ୍ଲକ ର ସୁରଙ୍ଗୀ ଗ୍ରାମ ପଞ୍ଚାୟତ ଶ୍ରୀ ଶ୍ୟାମ ସୁନ୍ଦର ବିଦ୍ୟା ପୀଠ ରେ ଅlନ୍ତର୍ଜାତୀୟ ଯୋଗ ଦିବସ ପ୍ରଧାନ ଶିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ଟହଲଙ୍କ ଆନୁକୂଲ୍ୟରେ ପାଲିତ ହୋଇଯାଇଛି l ଯୋଗ ଏକ ସୁସ୍ଥ ଜୀବନ ଶୈଳୀ କାରଣ ଏହା ବ୍ୟକ୍ତିର ମାନସିକ,ଓ ଶାରୀରିକ ସନ୍ତୁଳନ ରକ୍ଷା କରିବା ସହିତ ତା’ର ରୋଗ ପ୍ରତିରୋଧକ ଶକ୍ତି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତେଣୁ ନିଜ ପାଇଁ ଓ ସମାଜ ପାଇଁ ଯୋଗ ନିହାତି ଆବଶ୍ୟକ l

ଅନୁଷ୍ଠାନ ର କ୍ରୀଡା ଶିକ୍ଷକ ଶ୍ରୀ ଶ୍ରୀକର ମାଝୀ ବିଭିନ୍ନ ପ୍ରକାର ର ୟୋଗlସନ ଯଥା :-ମଣ୍ଡୁକlସନ, ପଦ୍ମାସନ, ସୂର୍ଯ୍ୟ ନମସ୍କାର, ସର୍ବାଙ୍ଗସାନ,ବୃକ୍ଷlସନ ଇତ୍ୟାଦି ଆସନ ବିଷୟରେ ସମସ୍ତଙ୍କୁ ଅଭ୍ୟାସ କରାଇବା ସହିତ ୟୋଗାସନ ଆମ ଶରୀର ପାଇଁ କେତେ ଜରୁରୀ ତାହା ବୁଝାଇଥିଲେ l ଶାରୀରିକ, ମାନସିକ, ଏବଂ ଆଧ୍ୟାତ୍ମିକ ସୁସୁତା ପାଇଁ ଯୋଗର ଉପଯୋଗିତା ବିଷୟରେ ଜାଣି ସମସ୍ତେ ଏହାକୁ ଏକ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ସହିତ ନିଜର ପରିବାର ବର୍ଗ, ବନ୍ଧୁ ଏବଂ ସମାଜକୁ ଉତ୍ସାହିତ କରିବାକୁ ପ୍ରତିଜ୍ଞା କରିଥିଲେ, ଉକ୍ତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ, ମେଡିକାଲ ଷ୍ଟାଫ୍,ସ୍ୱୟଂସହାୟିକା ଗୋଷ୍ଠୀ ର ସଭ୍ୟା ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.