ଆନ୍ତର୍ଜାତୀୟ ଯୋଗ ଦିବସ- ୨୦୨୪ ପାଳିତ…

ଯୋଗ ଏକ ସୁସ୍ଥ ଜୀବନ ଶୈଳୀ: ବିଧାୟକ ଉମା ମଲ୍ଲିକ..

ଫୁଲବାଣୀ : ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ୍‌ରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ- ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି। ମାନ୍ୟବର ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ, ନିଜକୁ ସୁସ୍ଥ ରଖିବା ସହିତ ମାନସିକ ଶାନ୍ତି ପାଇଁ ନିୟମିତ ଯୋଗ କରିବା ଆବଶ୍ୟକ । ଯୋଗ ଏକ ସୁସ୍ଥ ଜୀବନ ଶୈଳୀ କାରଣ ଏହା ବ୍ୟକ୍ତିର ମାନସିକ,ଓ ଶାରୀରିକ ସନ୍ତୁଳନ ରକ୍ଷା କରିବା ସହିତ ତା’ର ରୋଗ ପ୍ରତିରୋଧକ ଶକ୍ତି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତେଣୁ ନିଜ ପାଇଁ ଓ ସମାଜ ପାଇଁ ଯୋଗ ନିହାତି ଆବଶ୍ୟକ ବୋଲି ମାନ୍ୟବର ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ। କନ୍ଧମାଳ ଜିଲ୍ଲାପାଳ, ଶ୍ରୀ ଆଶିଷ ଇଶ୍ୱର ପାଟିଲ, କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ରତ୍ନାକର ସାହୁଙ୍କ ସମେତ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ ସାହୁ, ଡେପୁଟି କଲେକ୍ଟର, ନିର୍ବାଚନ ଶ୍ରୀ ମାଲେଶ୍ଵର ପାତ୍ର. ଜିଲ୍ଲା କ୍ରୀଡ଼ା ଅଧିକାରୀ , ପୋଲିସ ଅଧିକାରୀ, ବ୍ରହ୍ମା କୁମାରୀ, ଉଚ୍ଚ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ, ଆଇନଜିବୀ ରମେଶ ଚନ୍ଦ୍ର ମହାନ୍ତି, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଗଣମାଧ୍ୟମର ପ୍ରତିନିଧିମାନେ ଆଜିର ଏହି ଯୋଗ ଦିବସରେ ଯୋଗଦେଇଥିଲେ। ଯୋଗ ଦିବସର ଉଦ୍‌ଘାଟନ ପରେ ପ୍ରାର୍ଥନା, ନିର୍ଦ୍ଦେଶିତ ଯୋଗ ଅଧିବେଶନ-୧, ନିର୍ଦ୍ଦେଶିତ ଯୋଗ ଅବେଶନ-୨, କ୍ରୀୟା, ପ୍ରାଣାୟାମ, ଧ୍ୟାନ ଓ ସଂଲଗ୍ନ ଆଦି ନିର୍ଦ୍ଦେଶିତ ଧ୍ୟାନ,ଶାନ୍ତି ମନ୍ତ୍ର ଅଦି ଯୋଗ ଗୁରୁ ପ୍ରଶାନ୍ତ କୁମାର ଦାସଙ୍କ ଦ୍ବାରା ଶିକ୍ଷା ଦିଆଯାଇଥିଲା। ପରେ ପରେ, ଶାରୀରିକ, ମାନସିକ, ଏବଂ ଆଧ୍ୟାତ୍ମିକ ସୁସୁତା ପାଇଁ ଯୋଗର ଉପଯୋଗିତା ବିଷୟରେ ଜାଣି ସମସ୍ତେ ଏହାକୁ ଏକ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ସହିତ ନିଜର ପରିବାର ବର୍ଗ, ବନ୍ଧୁ ଏବଂ ସମାଜକୁ ଉତ୍ସାହିତ କରିବାକୁ ପ୍ରତିଜ୍ଞା କରିଥିଲେ। ଶେଷରେ, ଯୋଗରେ ଅଂଶ ଗ୍ରହଣକାରୀଙ୍କୁ ମାନ୍ୟବର ମନ୍ତ୍ରୀ, ଉଚ୍ଚଶିକ୍ଷା,କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦସ୍ତଖତ ଥିବା ପ୍ରଶଂସା ପତ୍ର ଦିଆଯାଇଥିଲା।

nis-ad
Leave A Reply

Your email address will not be published.