ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର

କେନ୍ଦୁଝର: ପୁଣି ଗଲା ଆଉ ଏକ ଦନ୍ତାର ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୋସୋ ଅଞ୍ଚଳରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହେଲା ଜଣାପଡ଼ି ନାହିଁ । ମୃତ ଦନ୍ତାର ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଖବର ମୁତାବକ, ଆଜି ସକାଳେ ସୋସୋ ଅଞ୍ଚଳରେ ହାତୀର ମୃତଦେହ ଜଣଙ୍କ ବାଡ଼ିରେ ପଡ଼ିଥିଲା । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରରେ ବନ ବିଭାଗ ପହଞ୍ଚି ହାତୀଟିର ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

nis-ad
Leave A Reply

Your email address will not be published.