ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର

ପୁରୀ: ସବୁ ତର୍କବିତର୍କ ଉପରେ ଲାଗିବ ବିରାମ । ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ । ଜୁଲାଇ ୭ରେ ମହାପ୍ରଭୁଙ୍କ ରଥଯାତ୍ରା ପରେ ୮ ତାରିଖରେ ଖୋଲାଯିବ ରତ୍ନ ଭଣ୍ଡାର । ଏଥିପାଇଁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି । ରତ୍ନ ଭଣ୍ଡାର ଖୋଲାଯାଇ ଅନୁଧ୍ୟାନ କରାଯିବା ପରେ ଏହାର ମରାମତି କାର୍ଯ୍ୟ କରାଯିବ ବୋଲି କିଛି ବଡ ରାୟ ଦେଇଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଡି. ବି ଗଡନାୟକ ।

ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜାଙ୍କ ଠାରୁ ଆରମ୍ଭ କରି ପଣ୍ଡାଙ୍କ ସମେତ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ ଅପିଲ୍ କରି ଆସୁଥିଲେ । ହେଲେ ଏନେଇ କର୍ଣ୍ଣପାତ କରୁନଥିଲେ ତତ୍କାଳୀନ ସରକାର । ଯାହାକୁ ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା ବିଜେପି । ଆଉ ଏହାର ଆଧାରରେ ବର୍ତ୍ତମାନ ଓଡିଶାର ମଙ୍ଗ ଧରିଛି ବିଜେପି  । ବିଜେପି ସରକାର ଆସିବା ପରେ ଦେଇଥିବା କଥା ଗୋଟି ଗୋଟି କରି ପୂରଣ କରୁଛି । ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପରେ ଏବେ ଜୁଲାଇ ୮ରେ ବଡଦେଉଳର ରତ୍ନ ଭଣ୍ଡାର ଖୋଲିବା ନେଇ ବଡ ଘୋଷଣା କରିଛନ୍ତି । ସବୁ ତର୍କ ବିତର୍କ ଉପରେ ବିରାମ ଲଗାଇ ରଥଯାତ୍ରା ପରଦିନ ଖୋଲିବ ରତ୍ନ ଭଣ୍ଡାର ଗୁମର ।

nis-ad
Leave A Reply

Your email address will not be published.