୧୧ତମ ଆର୍ଟ ଅଫ୍ ଗିଭିଙ୍ଗ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସମ୍ମାନୀତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଆର୍ଟ ଅଫ ଗିଭିଙ୍ଗର ଜିଲ୍ଲାସ୍ତରୀୟ ୧୧ତମ ସମ୍ମିଳନୀ ଅଲ୍ ଓଡିଶା ମାର୍ସଲ ଆର୍ଟସ୍ ପରିସରରେ ଅନୁଷ୍ଠିତ ହୋଇ ଯାଇଛିା ଏହି କା ର୍ଯ୍ୟକ୍ରମରେ ମୁଖ୍ୟ ଅତିଭଥି ଭାବେ ମାଲକାନଗିରି ଏସ୍‌.ପି. ନିତିଶ ବାଧ୍ୱାନୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବଣିକ ସଂଘ ସଭାପତି ସୁରେଶ ସୋମାନୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଭାପତି ବାଲାରାଜୁ ପାଢି ମଂଚାସୀନ ଥିଲୋ କିଟ୍‌, କିସ୍‌, କିମସ୍ ଓ ଆର୍ଟ ଅଫ ଗିଭିଙ୍ଗ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପିଲାଦିନର ସଂଘର୍ଷ ମୟ ଜୀବନ କିପରି ଘଟିଥିଲା, ପରେ ପରେ ନିଜର ପ୍ରଚେଷ୍ଟା ଆତ୍ମ ବିଶ୍ୱାସ ଏବଂ ଉଚ୍ଚ କୋଟିର ଚିନ୍ତାଧାରା ତାଙ୍କୁ ପ୍ରଭାବିତ କରି ଭୁବନେଶ୍ୱର ଠାରେ ଏହି ଶିକ୍ଷା ପ୍ରତିଷ୍ଠାନ କରି ୪୦ ହଜାର ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ କିପରି ଶିକ୍ଷାଦାନ କରି ସାରା ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ସେ ସମ୍ବନ୍ଧରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ସମାଜସେବା କାର୍ଯ୍ୟରେ ନିଜକୁ ସମ୍ପୂର୍ଣ ଭାବେ ସମର୍ପିତ କରିବା ପାଇଁ ଭଗବାନ ତାଙ୍କୁ ଶକ୍ତି, ସାମର୍ଥ୍ୟ ଓ ଇଛାଶକ୍ତି ପ୍ରଦାନ କରିଛନ୍ତିା ଏହି ଶିକ୍ଷା ନୁଷ୍ଠାନ ୨୦୧୩ ମସିହା ମେ ୧୭ ତାରିଖରେ ଆର୍ଟ୍ ଅଫ ଗିଭିଙ୍ଗ ଦର୍ଶନର ଆୟମାରମ୍ଭ ହୋଇଥିଲ।। ଶ୍ରୀ ସାମନ୍ତଙ୍କ ଚିନ୍ତାଧାରାକୁ ବିଶ୍ୱ ବ୍ୟାପି ପ୍ରସାର କରିବା ନିମନ୍ତେ ସେ ଆପ୍ରାଣ ଚେଷ୍ଟା କରିଥିଲୋ ଚଳିତ ବର୍ଷ ଜୁନ୍ ୧୭ ତାରିଖରେ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳନ ଅବସରରେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସାମାଜିକ ଏବଂ ଜନସେବା କରି ଆସୁଥିବା ଅନୁଷ୍ଠାନ ଟିମ୍ ଉଇ କ୍ୟାନ୍‌, ହେଲ୍ପ ଫର୍ ନୀଡି ପାଉଣ୍ଡେସନ୍‌, ରାଇଜିଙ୍ଗ କ୍ଲବ, ମାଲ୍ୟବନ୍ତ ବ୍ଲଡ ଡୋନେସନ ଗ୍ରୁପ୍‌, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ମାଲକାନଗିରି ସାମ୍ବାଦିକ ସଂଘ, ଉତ୍କଲ ସାମ୍ବାଦିକ ସଂଘ, ଶିବା ଗୋ ରକ୍ଷକ ଗ୍ରୁପ୍‌, କ୍ରିୟା ପାଉଣ୍ଡେସନ, ମାଲ୍ୟବନ୍ତ ଆର୍ଟ ଆସୋସିଏସନ୍‌, ନେହେରୁ ଯୁବ କେନ୍ଦ୍ର, ପାତାଞ୍ଜଳୀ ଯୋଗ ଟ୍ରଷ୍ଟ, ଆଓମା, ମାରବାଡି ଯୁବ ମଂଚ, ବଡ ଦିଦି, ଏବଂ ରୋଟାରୀ କ୍ଲବର କର୍ମକର୍ତା ଏବଂ ସଦସ୍ୟ ମାନଙ୍କୁ ସମ୍ମାନୀତ କରା ଯାଇଥିଲ।। ଏହି କାର୍ଯ୍ୟକ୍ରମରେ ଆଓମା ଗୁରୁକୁଳର ବିନାଶ ମିଶ୍ର, ରମ୍ୟରଂଜନ ପରିଡା, ଉତମ ସାହା, ସୁଶାନ୍ତ ସାମଲ, ମନୋଜ କଚିମ, ପ୍ରସାଦ ନାୟକ, ସନ୍ତୋଷ ନାୟକ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବେଳେ ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଶ୍ୟାମ ନାୟକ ପରିଚାଳନା କରିଥିଲୋ ଶେଷରେ ବିନାଶ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ

nis-ad
Leave A Reply

Your email address will not be published.