ତ୍ୟାଗ ଓ ସେବାର ଜୀବନ୍ତ ପ୍ରତୀକ ଥିଲେ ଉତ୍କଳମଣୀ ଗୋପବନ୍ଧୁ

ପୂଜ୍ୟ ପୂଜା ସମିତି ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର : ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଓଡ଼ିଶାର ବରପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l ସକାଳୁ ସମିତି ପକ୍ଷରୁ ଗିରି ରୋଡ଼ ସ୍ଥିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରି ଏମକେସିଜି ମେଡିକାଲ କଲେଜ ପରିସରରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଥିଲା l ଓମ ଲଫିଙ୍ଗ କ୍ଲବର ସଭାପତି ଦେବରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମରଣ ସଭାରେ ଗୋପବନ୍ଧୁଙ୍କ ସଂଗ୍ରାମମୟ ଜୀବନ ସମ୍ପର୍କରେ ଆଲୋଚନା ହୋଇଥିଲା l ସାଥି ଅମୁଲ୍ୟ ଚନ୍ଦ୍ର ପଣ୍ଡା ଗୋପବନ୍ଧୁଙ୍କ ଜୀବନ ସମ୍ପର୍କିତ ବହି ପଢି ଆଲୋଚନାକୁ ଆରମ୍ଭ କରିଥିଲା ବେଳେ ସମିତି ସମ୍ପାଦକ ଏସ.ଶାମ୍ବାଶିବା ରାଓ ସଂଯୋଜନା କରିଥିଲେ l ଉନ୍ନବିଂଶ ଶତାବ୍ଦୀର ଆୟମାରମ୍ଭରେ ଆମ ରାଜ୍ୟରେ ଶୋଷଣ, ଅନ୍ଧବିଶ୍ୱାସ ଭରପୁର ହୋଇରହିଥିବାରୁ ଶିକ୍ଷାର ଆଲୋକକୁ ଜନଗଣଙ୍କ ଠାରେ ପହଂଚାଇବା ପାଇଁ ୧୯୦୯ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହା ଏକ ମଣିଷ ତିଆରି କାରଖାନା ନାମରେ ଚର୍ଚ୍ଚିତ ଥିଲା l ଗୋପବନ୍ଧୁଙ୍କ ଉଦ୍ୟମରେ ବାହାଡାଗୁଡା ଓ ଚକ୍ରଧରପୁରରେ ଦୁଇଟି ହାଇସ୍କୁଲ ସ୍ଥାପନ ସହ ସିଂହଭୂମି, ଫୁଲଝର, ଚନ୍ଦ୍ରପୁର, ମଣ୍ଡାସା, ତରଳା, ଟିକାଲି, କଲିକତା ପ୍ରଭୁତି ଅଂଚଳରେ ମଧ୍ୟ ଓଡ଼ିଆ ସ୍କୁଲମାନ ପ୍ରତିଷ୍ଠା ହୋଇପାରିଥିଲା l

ସେ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିଥିଲେ l ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ୧୯୨୨ମସିହାରେ ବନ୍ଦୀ ହୋଇ କାରାବରଣ କରିଥିଲେ l ଦୁଃଖୀ ଦରିଦ୍ରଙ୍କ ପାଇଁ କାମ କରିବା ସହ ସେ ସାହିତ୍ୟ ଗ୍ରନ୍ଥ ଯଥା କାରାକବିତା,ଧର୍ମପଦ, ନଚିକେତା, ଗୋମାହାତ୍ମ୍ୟ, ବନ୍ଦୀର ଆତ୍ମକଥା ଅବକାଶ ଚିନ୍ତା ଭଳି ଗ୍ରନ୍ଥ ଗୁଡିକ ରଚନା କରିଯାଇଛନ୍ତି l ଗୋପବନ୍ଧୁଙ୍କ ଉଧେଶ୍ୟରେ ଗାନ୍ଧିଜୀ କହୁଥିଲେ ଯେ, ଲୁହଭରା ଓଡ଼ିଶାର ପୁତ୍ର ମାନଙ୍କ ମଧ୍ୟରେ ଗୋପବନ୍ଧୁ ହେଉଛନ୍ତି ଜଣେ ଆଦର୍ଶ ପୁତ୍ର l ୧୯୨୮ମସିହାରେ ସେହି ଆଦର୍ଶବାନ ପୁରୁଷଙ୍କ ମୃତ୍ୟୁ ହୋଇଥିଲା l ଆଜି ଅନ୍ୟ ମାନଙ୍କ ମଧ୍ୟରେ ଜଟେଶ୍ୱର ସାବତ, ସୁରେନ୍ଦ୍ର ନାଥ ପଣ୍ଡା, ବିପ୍ର ଚରଣ ସାହୁ, କରୁଣାକର ଗୌଡ଼, ଡା. ରାଜେନ୍ଦ୍ର କୁମାର ତ୍ରିପାଠୀ, ଅମୁଲ୍ୟ ଚନ୍ଦ୍ର ପଣ୍ଡା, ବୃନ୍ଦାବନ ପରିଡା, ପି.ଶଙ୍କର ରାଓ, ରାମଚନ୍ଦ୍ର ସାହାଣୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସୁବାଷ ଚନ୍ଦ୍ର ମିଶ୍ର,ବିଜୟ ଚନ୍ଦ୍ର ବିଶୋଇ,କବିରାଜ ସାହୁ,ଅଶୋକ ଦଳାଇ,ପୂର୍ଣ୍ଣ ଚନ୍ଦ୍ର ମହାରଣା,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଅଳକାନାଥ ମିଶ୍ର,ଏସ. ବାବୁ ରେଡ୍ଡୀ,ଆର. ସତ୍ୟ ନାରାୟଣ ରାଓ, ପ୍ରଶାନ୍ତ କୁମାର ପଣ୍ଡା,ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ କ୍ଲବ ସମ୍ପାଦକ ଭଗବତୀ ରାଓ ଧନ୍ୟବାଦ ଜଣାଇଥିଲେ l

nis-ad
Leave A Reply

Your email address will not be published.