ବାଲି ମାଫିଆଙ୍କୁ ଠାବ କରିଛି ରାଏବଗା ପୋଲିସ !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ହେଉଥିବା ବେଆଇନ ବାଲି ବେପାରକୁ ଠାବ କରିଛି ରାଏବଗା ପୋଲିସ | ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଶଶୀଭୂଷଣ ମହାତ ନିଜର ସହକର୍ମୀଙ୍କ ସହିତ ସଲଙ୍ଗାବାହାଲ ଓ ଦଲକିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକଟି ହାଇୱା ଯାହାର ନମ୍ବର OD 14 Z 7692 ଦୁଇଟି ଟ୍ରାକ୍ଟର ଯାହାର ନମ୍ବର OD 16 2167, OD16 D 2381 ଓ ଗୋଟିଏ ଟିପର ଯାହାର ନମ୍ବର OR 14 P 5069 ବେଆଇନ ଭାବେ ବାଲି ପରିବହନ କରି ସଲଙ୍ଗାବାହାଲ ରୁ ବୀରମିତ୍ରପୁର, ରାଜଗାଙ୍ଗପୁର ପର୍ଶ୍ୱର୍କୁ ଯାଉଥିଲା ! କୌଣସି ସୂତ୍ରରୁ ଖବର ପାଇ ରାଏବଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାଞ୍ଚଟି ବେଆଇନ ବାଝେଇ କରିଥିବା ବାଲି ଗଡିଙ୍କ ସହିତ ବାଲି ମାଫିଆ ଦିଲ୍ଲୀପ ସାହୁ ଓ ସୁନୀଲ ସାହୁଙ୍କୁ ମଧ୍ୟ ଥାନାରେ ଅଟକ ରଖି ତାଙ୍କ ନାମରେ ଏକ ମାମଲା ରୁଜୁ କରି ପଚରା ଉଚରା କରିଛି | ରାଏବଗା ପୋଲିସକୁ ଦେଖି ଗାଡ଼ି ଚାଲକ ମାନେ ଘଟଣା ସ୍ଥଳରୁ ପଳାଇଯାଇ ଥିଲେ | ଡ୍ରାଇଭର ମାନେ ଗାଡ଼ି ମାଲିକଙ୍କ ସହିତ ସାଳଙ୍ଗାବାହାଲ ଅଞ୍ଚଳର ଦିଲୀପ ସାହୁ ଓ ସୁନୀଲ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏହି ଅପରାଧ କରୁଛନ୍ତି | ଯେହେତୁ ଏହି କାର୍ଯ୍ୟ ଓଡ଼ିଶା ମାଇନର ଏବଂ ମିନେରାଲ୍ସ କନ୍ସେଶ ନିୟମ ୨୦୧୬ ର ଧାରା 379/411/34 IPC 51 ର ପୂର୍ବାବଳନକ ଅଟେ | ରାଏବଗା PS case number 98 ! ଡ୍ରାଇଭର ଓ ମାଲିକଙ୍କ ସହ ମୋଟ ଛଅ ଜଣଙ୍କ ନାମରେ ମାମଲା ରୁଜୁ କରିଛି ରାଏବଗା ପୋଲିସ |

nis-ad
Leave A Reply

Your email address will not be published.