ପବିତ୍ର ଇଦୁଲ ଯୁହା ବକ୍ରିଦ ପର୍ବ ପାଳିତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ବୀରମିତ୍ରପୁର, କୁଆଁରମୁଣ୍ଡା ଓ ରାଏବଗାରେ ଇଦୁଲ ଜୁହା ବକ୍ରିଦ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି | ଏହି ପର୍ବରେ ମୁସଲିମ ସମ୍ପ୍ରଦାୟର ପୁରୁଷ ଯୁବକ ଓ ଛୋଟ ଛୋଟ ପିଲାମାନେ ମସଜିଦ ଓ ଇଦଗାକୁ ଯାଇ ନମାଜ ପାଠ କରି ପରସ୍ପରଙ୍କୁ ସ୍ଵାଗତ ଜଣାଇ ପବିତ୍ର ଇଦୁଲ ଜୁହାର ମୁବାରକ ବାଦ ଦେଇଥିଲେ | ତା ସହିତ ମସଜିଦରେ ଆସିଥିବା ଗରିବ ଅସହାୟ ଲୋକଙ୍କୁ ସହାୟତା ରାଶି ଦେଇ ସାହାଯ୍ୟ କରିଥିଲେ | ମୁସଲିମ ସମ୍ପ୍ରଦାୟର ଲୋକମାନେ ଏହି ପର୍ବରେ ବକ୍ରାର କୁର୍ବାନୀ ଦେଇ ଅଲ୍ଲାହଙ୍କୁ ନିଜ ନିଜର ଇମାନର ପରୀକ୍ଷା ଦେଇଥାନ୍ତି | ଏକ ବର୍ଷ ଦୁଇ ବର୍ଷ ଧରି ବକ୍ରାକୁ ଘରେ ରଖି ନିଜର ଛୁଆଙ୍କ ଭଳି ପାଳନ ପାଷାଣ କରି କୁର୍ବନି ଦେଇଥାନ୍ତି | କୁର୍ବନି କରିବା ପରେ ଗୋଟିଏ ବକ୍ରାର ମାଂଶକୁ ତିନି ଭାଗ କରି ଗରିବ ମାନଙ୍କୁ ଏକ ଭାଗ ବାଣ୍ଟୀ ଥାନ୍ତି ଏକ ଭାଗକୁ ଆସିଥିବା ବନ୍ଧୁ କୁଟୁମ୍ବ ମାନଙ୍କୁ ଖୁଆଇ ଥାନ୍ତି ଏବଂ ଏକ ଭାଗ ନିଜର ପରିବାରଙ୍କ ବାଣ୍ଟି ଥାନ୍ତି | ଏହି ପର୍ବରେ ରାଏବଗା ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜାମା ମସଜିଦ ଓ ମଦିନା ମସଜିଦରେ ପ୍ରଶାସନ ମୁତୟନ ଥିଲେ |

nis-ad
Leave A Reply

Your email address will not be published.