ହିଞ୍ଜିଳିରେ ମାତିଛନ୍ତି ଲୁଟେରା :ବାଇକରେ ଆସି, ମହିଳାଙ୍କ ଠାରୁ ଝାମ୍ପି ନେଲେ ମୋବାଇଲ…

ପୋଲିସ ଉପରୁ ତୁଟୁଛି ଲୋକଙ୍କ ବିଶ୍ୱାସ..!!

ହିଞ୍ଜିଳିକାଟୁ ୧୭!୬ ହିଞ୍ଜିଳିକାଟୁ ଥାନା ଅଞ୍ଚଳରୁ ଦିନକୁ ଦିନ ଚୋରି ରାହାଜାନୀ ବୃଦ୍ଧି ପାଇବାରେ ଲାଗିଥିବା ଵେଳେ ପୋଲିସ ପକ୍ଷରୁ ଚୋର ଓ ଚୋରି ସାମଗ୍ରୀ ଧରିବାରେ ପୋଲିସ ଅସଫଳ ହୋଇଥିବା ଜଣାପଡିଛି। ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ର ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଜନସାଧାରଣ ଏହି ଥାନା ଇଲାକାରେ ରହୁଥିବା ବେଳେ ପୋଲିସ ପକ୍ଷରୁ ଲୋକଙ୍କୁ ସୁରକ୍ଷା ଦେଉଛି ପୋଲିସ।ଏହା ସହ ସମରଝୋଳ ଛକ ଓ ପିତଳ ଛକ ସହ ଆଡପଡା ଫାଣ୍ଡି ଓ ପୋଲିସ ଆଉଟପୋଷ୍ଟ ରହିଛି। ବିଭିନ୍ନ ଅଞ୍ଚଳରେ ଗତ କିଛିମାସ ହେବ ଚୋରି ବଢିବା ସହ ରାହାଜାନୀ ପରି ମାମଲା ଦାୟର ହେଉଥିଲେ ମଧ୍ୟ ପୋଲିସ କୌଣସି ଗୋଟିଏ ହେଲେ ମାମଲାର ସମାଧାନ କରିବାରେ ବିଫଳ ହୋଉଥିବା ଦେଖିବାକୁ ମିଳିଛି। ରବିବାର ସନ୍ଧ୍ୟାରେ ପୋଚିଲିମା ଛକରେ ନିଜଘରକୁ ଚାଲି ଚାଲି ପାଦରେ ଯିବା ସମୟରେ ହିଞ୍ଜିଳିକାଟୁ ବ୍ରହ୍ମପୁର ରୋଡ ପୋଚିଲିମା ଛକରେ ଦୁଇଜଣ ଦୁର୍ବୁର୍ତ୍ତ ଏକ ହୋଣ୍ଡା ବାଇକରେ ଆସି ସନ୍ତୋଷ ଙ୍କ ପତ୍ନୀ ଙ୍କ ହାତରୁ ମୋବାଇଲ ଛଡାଇ ନେଇ ଦୃତ ଗତିରେ ସମରଝୋଳ ଆଡ଼କୁ ପଳାଇଥିଲେ।ଏ ସମ୍ପର୍କରେ ସନ୍ତୋଷ ହିଞ୍ଜିଳି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରି ଝାମ୍ପିନେଲେ ମୋବାଇଲ ଦୁର୍ବୁର୍ତ୍ତ । ସେହିପରି ସାତ ଦିନ ଆଗରୁ ଶିକିରି ଗ୍ରାମ ବିନାୟକ ପାଠାଗାର ସାହିର କେ ସୁରେନ୍ଦ୍ର ପାଢି ଙ୍କ ପୁଅ ନିଳାଞ୍ଚଳ ପାଢି ଙ୍କ ଘରୂ ଗଚ ୬ତାରିଖ ରାତିରେ କଳାକନା ଵୁଲାଇ ଥିଲେ ଲୁଟେରା ଗ୍ୟାଙ୍ଗ।ପ୍ରତିଦିନ ଭଳି ନିଳାଞ୍ଚଳ ଖାଇବା ପରେ ଶୋଇପଡିଥିଲେ। ରାତ୍ର ଶୈଚ ନିମନ୍ତେ ନିଳାଞ୍ଚଳ ଉଠି ବାରିପଟକୁ ଯିବା ସମୟରେ କବାଟ ବାହାରୁ ବନ୍ଦ ଥିଲା।ନିଳାଞ୍ଚଳ ପାଟି କରିଥିଲେ।ନିଳାଞ୍ଚଳଙ୍କ ପାଟି ଶୁଣି ସାହିପଡିଶା ଚାରିପଟେ ଯାଇ ଦେଖିଲା ବେଳକୁ କେହି ଦୁର୍ବୁର୍ତ୍ତ କବାଟ ତାଡି ଶିଙ୍କୁଳି ଦେଇ ଲୁହାଛଡ ରେ ବନ୍ଦ କରିଦେଇଥିଲେ ।ସାହିପଡିଶା କବାଟ ଖୋଲିଲା ପରେ ନିଳାଞ୍ଚଳ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଲୁଟେରା ମାନେ ନିଳାଞ୍ଚଳ ଙ୍କ ଘରୁ ୪୩ତୋଳା ସୁନା ସହ ନଗଦ ୩୦ହଜାର ଟଙ୍କା ଚୋରି ହୋଇଥିବା ନେଇ ହିଞ୍ଜିଳି ଥାନା ରେ ଲିଖିତ ଅଭିଯୋଗ ଦେଇଥିଲେ। ଦୁଃଖ ର ବିଷୟ ଚୋର ଓ ଚୋରି ସାମଗ୍ରୀ ଧରିବାରେ ପୋଲିସ ଅସଫଳ ହୋଇଥିବା ଜଣାପଡିଛି। ଚୋରି ର ଦୁଇ ଦିନ ପରେ ଶିକିରି ଗ୍ରାମ ଷ୍ଟେଟ ବ୍ୟାଙ୍କ ପଛ ପଟରୁ ଏକ ଟାୱାର ରୁ୫୦ଲିଟର ଡିଜେଲ ଚୋରି ହୋଇଥିବା ନେଇ ହିଞ୍ଜିଳି ଥାନା ରେ ଅଭିଯୋଗ ହୋଇଛି। ଅଞ୍ଚଳରେ ଆତଙ୍କ ରାଜ, ଚୋରି,ଓ ଲୁଟ ଭଳି ସଙ୍ଗିନ ଘଟଣା ଘଟିବା ପରେ ପୋଲିସ ଚୋର ଧରିବା କିମ୍ବା ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସକ୍ଷମ ହୋଈପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ହିଞ୍ଜିଳିକାଟୁ ଅଞ୍ଚଳରେ ଚୋର ସକ୍ରିୟ ହୋଉଥିବା ଦେଖିବାକୁ ମିଳିଥିବା ବେଳେ ହିଞ୍ଜିଳି ଥାନା ରେ ଅଭିଯୋଗ ହୋଇଥିଲେ ମଧ୍ୟ ମାମଲା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଈଥିବା କହୁଛି। କିନ୍ତୁ ପୋଲିସ ଚୋରକୁ ଧରିବାରେ ବିଫଳ ହେଉଛି।ଲୋକେ ଘର ଛାଡିବାକୁ ଭୟ କଲେଣି। ପୋଲିସ ଉପରେ ଲୋକଙ୍କ ବିଶ୍ଵାସ ଧିରେ ଧିରେ ଛୁଟୁଛି। ଲୋକେ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ହିଞ୍ଜିଳି ବାସିନ୍ଦା ତ୍ରାହି ତ୍ରାହି ଡାକିଲେଣି।ତେଵେ ଏହି ତିନୋଟି ଘଟଣା ନେଇ ପୋଲିସ ଚୋରକୁ ଧରିବାରେ କେତେ ସଫଳ ହେଉଛି ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.