ବିଶ୍ୱ ବୟସ୍କ ବ୍ୟକ୍ତି ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ-୨୦୨୪ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ପକ୍ଷରୁ ଚାଲିଥିବା ତିନିଦିନ ଧରି ରଜ ପର୍ବ ଆଜି ତାର ଉଦଯାପନୀ ଉତ୍ସବ ପାଳନ କରିଛି l ଗତକାଲି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଚେତନତା କାର୍ଯ୍ୟକ୍ରମ ରେ ଆଲୋଚନାର ବିଷୟ ଥିଲା ବୟସ୍କ ବ୍ୟକ୍ତିଙ୍କ ପ୍ରତି ଦୁଃବ୍ୟବହାର ଯାହା ଆଗାମୀ ପୀଢିକୁ ଦିଗଦର୍ଶନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ l ସାମାଜରେ ଧିରେ ଧିରେ ବୟସ୍କ ବ୍ୟକ୍ତି ମାନଙ୍କ ପ୍ରତି ସମ୍ମାନ କମିକମି ଯାଉଥିବା ବେଳେ ବୃଧାଶ୍ରମର ଆବଶ୍ୟକତା ଅଧିକ ଦେଖିବାକୁ ମିଳୁଛି । ଏହାର କାରଣ ଚଳଚଞ୍ଚଳ ଦୁନିଆରେ ସମସ୍ତେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଭୂଲି ଯାଉଛନ୍ତି ଯେ ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜ ର ଜଣେ ଜଣେ ପଥପ୍ରଦର୍ଶକ । ତେଣୁ ସେମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରକୁ ପ୍ରତିହତ କରିବା ପାଇଁ ପ୍ରତିବର୍ଷ ଜୁନ୍ ୧୫ ତାରିଖରେ “ବିଶ୍ୱ ବୟସ୍କ ବ୍ୟକ୍ତି ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ” ସାରା ବିଶ୍ୱରେ ପାଳିତ ହେଉଛି । ଆହୁରିମଧ୍ୟ ଏହି ଦିବସଟି ରଜ ପର୍ବ ସହିତ ଯୋଡି ହୋଇଥିବାରୁ ନିଶ୍ଚିତ ଭାବେ ଯୁବପିଢି ମାନଙ୍କୁ ଅଧିକ ପ୍ରଭାବିତ କରିପାରିଛି । ଏହି ପରିପ୍ରେକ୍ଷିରେ କନ୍ଧମାଳ ଜିଲ୍ଲାର ସାଇନ୍ସ ପାର୍କ ଠାରେ ସ୍ୱାତୀ ଅନିଷ୍ଠାନଙ୍କ ଦ୍ୱାରା ଚାଲିଥିବା ରଜ ଉତ୍ସବ ସହିତ ଏହି “ବିଶ୍ୱ ବୟସ୍କ ବ୍ୟକ୍ତି ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ-୨୦୨୪” ତା ୧୫.୦୬.୨୦୨୪ ରିଖ ବରିଷ୍ଠ ନାଗରିକ ମଂଚର ସଭାପତି କମଳାକାନ୍ତ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ ଭି.ଭି.ରାମଦାଶ ଉପସ୍ଥିତ ରହି ବୟସ୍କ ବ୍ୟକ୍ତି ମାନଙ୍କ ପ୍ରତି ହେଉଥିବା ଅଶାଳିନ ବ୍ୟବହାର ଯୁବପିଢି ମାନଙ୍କ ନିମନ୍ତେ ଅଭିଶାପ ବୋଲି କହି ଏଥିପାଇଁ ଥିବା ଦଣ୍ଡବିଧାନ ବିଷୟରେ ଆଲୋକପାତ କରିଥିଲେ । ତତ୍ ସହିତ ଅନ୍ୟତମ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ ଯୋଗ ଦେଇ ଦୁର୍ବ୍ୟବହାର ସବ୍ଦଟି କାହାକୁ କଥାକହିବା ସମୟରେ ଗ୍ରହଣିୟ ନୁହେଁ ବୋଲି କହିବା ସହ ବରିଷ୍ଠ ନାଗରିକ ମାନେ ହେଉଛନ୍ତି ଆଗାମି ପିଢି ପାଈଁ ପଥପ୍ରଦର୍ଶକ ଏବଂ ସେମାନେ ପ୍ରକୃତ ସମ୍ମାନ ର ଅଧିକାରି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଆହୁରି ମଧ୍ୟ ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଛୋଟ ପିଲା ଠାରୁ ସିଖିବାର ଅଭ୍ୟାଶ ଆରମ୍ଭ ହେବା ଉଚିତ୍ ଏବଂ ସବୁବର୍ଗର ବ୍ୟକ୍ତି ବିଶେଷ ମାନେ ମଧ୍ୟ ନିଜ ନିଜର ବ୍ୟବହାରିକ ଆଚରଣକୁ ଆତ୍ମଚର୍ଚା କରି ସୁଧାରିବା ର ଆବଶ୍ୟକତା ରହିଛି । ବରିଷ୍ଠ ନାଗରିକ ମଂଚର ଉପ ସଭାପତି ପଦ୍ମ ଚରଣ ସ୍ୱାଇଁ ସମାଜରେ ଘଟୁଥିବା କିଛି ନିଛକ ଉଦାହରଣ ଦେଇ ଏହିଭଳି ଅମାନୁଶିକ କାର୍ଯ୍ୟକଳାପ ରୁ ନିବୃତ ରହିବାକୁ ଅନୁରୋଧ କରିଥିଲେ । ଆଲୋଚନା ରେ ସତାଧିକ ବୟଷ୍କ ବ୍ୟକ୍ତି, ଯୁବକ ଓ ଯୁବତୀ ମାନେ ଉପଶ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ତିନି ଦିନ ଧରି ଚାଲିଥିବା ରଜ ଉତ୍ସବରେ ଆୟୋଜିତ ହୋଇଥିବା ବିଭିନ୍ନ ଯଥା-ପିଠା, ଚିତ୍ର ପ୍ରଦର୍ଶନୀ, ପୁଚି ଖେଳ, ରଙ୍ଗୋଲି, ହୁଳହୁଳୀ ଓ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ରେ କୃତି ପ୍ରତିଯୋଗି ମାନଙ୍କୁ ପୁରଷ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ପରିଚାଳନା କରିଥିବା ବେଳେ ବରିଷ୍ଠ ନାଗରିକ ମଂଚର ସାଧାରଣ ସଂପାଦକ ପ୍ରଣବ କୁମାର ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସାଇନ୍ସ ପାର୍କ ଓ ସ୍ୱାତୀ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଭାଗ ନେଇ ସଫଳ କରାଇଥିଲେ ।

nis-ad
Leave A Reply

Your email address will not be published.