କଳାକାର ସଂଘର ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ନୂତନ ପରିଚାଳନା କମିଟି ଚୟିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ନୂତନ କାର୍ଯ୍ଯନିର୍ବାହୀ କମିଟୀ ଗଠନ ପ୍ରକ୍ରିୟାରେ ସୀମାନ୍ତ ନଟରାଜ ଡା. ତିରୁପତି ସାହୁ, ଶିକ୍ଷାବିତ୍ ଶଙ୍କର୍ଷଣ ସାବତ, ନାଟ-ସୂର୍ଯ୍ଯ ଦେବେନ୍ଦ୍ର ପ୍ରସାଦ ଶର୍ମା, ସଂଙ୍ଗୀତ ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ବାଇଁ, ସାରସ୍ବତ ସାଧିକା କିରଣ ବାଳା ମିଶ୍ର ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ ସଂଘର ଅନତିକ୍ରମ୍ୟ ଅବଦାନ ସଂପର୍କରେ ସିଂହାବଲୋକନ କରିଥିଲେ। ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ସହ ବୈଠକର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ସଂଘ କର୍ମକର୍ତ୍ତା ଚୟନ ସର୍ବ ସମ୍ମତ କ୍ରମେ ଗ୍ରୁହିତ ହୋଇଥିଲା। ତଦନୁସାରେ ଉପଦେଷ୍ଟା ଭାବେ ନାଟ୍ୟକାର ଉମାଶଙ୍କର ଦାଶ, ନାଟ୍ଯକାର ସୁରେନ୍ଦ୍ର କୁମାର ଜେନା, ନାଟ୍ୟ-ସୂର୍ଯ୍ଯ ଦେବେନ୍ଦ୍ର ପ୍ରସାଦ ଶର୍ମା, ସଙ୍ଗୀତଜ୍ଞ ଟି. ତାରିଣୀ ରାଓ, ଶ୍ରୀମତୀ କିରଣ ବାଳା ମିଶ୍ର ପ୍ରମୁଖଙ୍କୁ ଚୟିତ କରାଯାଇଥିଲା।
ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ସଭାପତି ଏବଂ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସଂପାଦକ ଭାବେ ଚୟିତ ହୋଇଥିବା ବେଳେ ଦୂର୍ଗା ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକାରୀ ସଭାପତି, କୋଷାଧ୍ୟକ୍ଷ ଅଭିରାମ ରାଉଳ, ଶଙ୍କର୍ଷଣ ସାବତ ଓ ଶ୍ରୀମତୀ ଗୀତା ସ୍ବାଇଁ ଉପ-ସଭାପତି ଏବଂ କୈଳାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସହ ସଂପାଦକ ଭାବେ ମନୋନୀତ ହୋଇଥିଲେ।
କାର୍ଯ୍ୟକାରୀ କମିଟୀ ସଦସ୍ୟ ଭାବେ ସର୍ବଶ୍ରୀ ମ୍ରୁତ୍ୟୁଞ୍ଜୟ ତ୍ରିପାଠୀ, ସୁଦାମ ପଟ୍ଟନାୟକ, ପାଣ୍ଡବ ପ୍ରଧାନ, ପ୍ରଦୀପ କୁମାର ସାହୁ, ଜି. କାମ ରାଜୁ ପାତ୍ର, ଗୁରୁ ପ୍ରସାଦ ଦୀକ୍ଷିତ, ହରିଶ୍ଚନ୍ଦ୍ର ବରଡ, କୃଷ୍ଣ ଚନ୍ଦ୍ର ଗୌଡ, କିଶୋର ମହାରଣା, ପ୍ରମୋଦ କୁମବନ୍ଦନା ମହାପାତ୍ର, ବନ୍ଦନା ନନ୍ଦଙ୍କୁ ସର୍ବ ସମ୍ମତ କ୍ରମେ ଚୟନ କରାଯାଇଥିଲା। ପରିଶେଷରେ ବନ୍ଦନା ନନ୍ଦ ଆନୁଷ୍ଠାନିକ ଧନ୍ଯବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.