ମାଲକାନଗିରି, ୧୧।୬ : ମାଲକାନଗିରି ଜିଲ୍ଲା ସଦରରେ ଥିବା ଟେକବାଡି ସାହିରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଏଠାରେ ରହୁଥିବା ସଞ୍ଜୁକ୍ତା ଓରା ନାମକ ମହିଳା ନିଜ ଘରେ ଭୋଜନ ପାଇଁ ପରଠା ପ୍ରସ୍ତୁତ କରୁଥିବା ବେଳେ ହଟାତ ଗୋଟିଏ ପରଠାରେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଦେଖିବାକୁ ପାଇଥିଲେ । ଏହି ସମୟରେ ନିଜ ଘର ନିକଟରେ ଥିବା ଅନ୍ୟ ଜଣେ ମହିଳା ସଞ୍ଜିତା ମାହାତୋ ମଧ୍ୟ ଉପସ୍ଥିତ ଥିବା ବେଳେ ଉଭୟ ଏହା ଦେଖି ଭାବ ବିହୋଳ ହୋଇ ପଡିଥିଲେ । ଏହି ଖବର ପ୍ରଚାର ହେବା ପରେ ଜଗନ୍ନାଥଙ୍କୁ ଦେଖିବା ପାଇଁ ସହ ସହ ଲୋକଙ୍କ ଭିଡ ଜମିଥିଲା । ସମସ୍ତେ ଏହାକୁ ପୂଜାର୍ଚନା କରିବା ପରେ ଆଜି ସନ୍ଧ୍ୟାରେ ସହ ସହ ଲୋକଙ୍କ ଉପସ୍ଥିତିରେ ଏହି ପରଠାକୁ ପୁଷ୍କରିଣୀରେ ବିସର୍ଜନ କରଯାଇଥିଲା । ଏହା ପ୍ରଭୁ ଜଗନ୍ନାଥଙ୍କ ଏହା ଏକ ଲୀଳା ବୋଲି କହି ସ୍ଥାନୀୟ ଲୋକେ ବେସ ଭକ୍ତି ଭାବର ସହ ପୂଜା କରୁଥିବା ବେଳେ ସଞ୍ଜିତା ଏହାକୁ ପ୍ରଭୁଙ୍କ ମହିମା ବଳି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post