ବି.ଏସ୍‌.ଏଫକୁ ସଫଳତା : କମ୍ବିଂ ସମୟରେ ଯବାନଙ୍କ ଦ୍ଵାରା ମାଓ ଡମ୍ପ ଜବତ

ମାଲକାନଗିରି, ୧୧।୬ : ମାଲକାନଗିରି ଜିଲ୍ଲାରେ ବି.ଏସ୍‌.ଏଫ କୁ ମିଳିଛି ବଡ ସଫଳତା । ତଲାସି ଅଭିଯାନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ ମାନେ । ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଗ୍ରାମ ନିକଟ ଜଙ୍ଗଲରେ ବି.ଏସ୍‌.ଏଫ ଜବାନଙ୍କ ଦ୍ୱାରା ମାଓ ଡମ୍ପ ଜବତ କରା ଯାଇଛିା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ବି.ଏସ୍‌.ଏଫ୍‌. କ୍ୟାମ୍ପର ଦ୍ୱିତୀୟ ବାଟାଲିୟନ ବି.ଏସ୍‌.ଏଫ ଜବାନ ଓ ଓଡିଶା ପୋଲିସ ମିଳିତ ଭାବେ ତୁଳସୀ ଜଙ୍ଗଲ ଅଂଚଳରେ ମାଓ ସାମଗ୍ରୀ ଥିବା ନେଇ ବିସେଷ ସୁତ୍ରରୁ ଖବର ପାଇଥିଲେ । ଯାହାକୁ ନେଇ ଉଭୟ ମିଳିତ ରୂପେ ତଲାସି ଅଭିଯାନ ବେଳେ କିରିମିଟି ଗ୍ରାମ ନିକଟ ଜଙ୍ଗଲରେ ଗୋଟିଏ ସ୍ଥାନରେ ମାଟି ତଳେ ପୋତା ଯାଇଥିବା ମାଓ ଡମ୍ପକୁ ଠାବ କରିଥିଲେ । ଉକ୍ତ ଡମ୍ପରୁ ଗୋଟିଏ ଟିଫିନ୍ ବୋମା, ମାଓ ବ୍ୟାନର, ଗନ୍ ପାଉଡର, ବେଲ୍ଟ, ଟର୍ଚ ଲାଇଟ, ସୋଲାର ପ୍ଲେଟ, ବିଦ୍ୟୁତ ତାର, ବ୍ୟାଟେରି, ଛୁରି ସହ ଅନ୍ୟାନ୍ୟ ସାମଗ୍ରୀକୁ ଯବାନ ମାନେ ଜବତ କରିଛନ୍ତି । ତେବେ ଏହି ଅଂଚଳରେ ବର୍ତମାନ ସୁଦ୍ଧା ଆହୁରି କୁମ୍ବିଂ ଅପରେସନ ଚାଲିଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.