ଚୈତ୍ରପର୍ବ ଶେଷ ସମୟରେ ବେଣ୍ଟ ଶିକାର କୁ ଯାଇ ତୀର ମାଡ ଖାଇଲେ ଯୁବକ…

ମାଲକାନଗିରି : ଜଙ୍ଗଲ କୁ ଶିକାର କରିବାକୁ ଯାଇ ତୀର ମାଡ ଖାଇଛନ୍ତି ଜଣେ ଯୁବକ । ଏଭଳି ଏକଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମହୁପଦର ଅଂଚଳରେ । ମହୁପଦର ନିକଟସ୍ଥ ଗୋଲିଆଗୁଡା ଗ୍ରାମ ତଥା ଆଖପାଖ ଅଂଚଳର କିଛି ଯୁବକ ଚୈତ୍ର ପର୍ବ ର ସମାପ୍ତି ଉପଲକ୍ଷେ ଶିକାର କରିବାକୁ ନିକଟସ୍ଥ ଜଙ୍ଗଲ କୁ ଯାଇଥିଲେ । ଜଙ୍ଗଲ ରେ ଏକ ହରିଣ କୁ ଲକ୍ଷ୍ୟ କରି ତୀର ମାରିବା ବେଳେ ହରିଣ ବଦଳରେ ଏକ ପଥରରେ ବାଜିଥିଲା ତୀରଟି ଏବଂ ବୀପରୀତ ଦିଗ ରେ ଥିବା ଜଣେ ଯୁବକ ମଙ୍ଗରାଜ ଦୂରୂଆ ଙ୍କୁ ବାଜିଥିଲା ଓ ତାଙ୍କ ଦେହରେ ତୀର ଟି ଲାଖି ରହିଥିଲା। ମଙ୍ଗରାଜ ଘଟଣା ସ୍ଥଳରେ ଗୁରୁତର ହେବାରୁ ତାଙ୍କୁ ମାଥିଲି ଡାକ୍ତରଖାନା କୁ ଅଣାଯାଇଥିଲା ତେବେ ପରେ ତାଙ୍କୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅସ୍ତ୍ରୋପଚାର କରି ମଙ୍ଗରାଜ ଙ୍କ ଶରୀରରୁ ତୀର ଟିକୁ ବାହାର କରାଯାଇଛି । ଅଧିକ ଚିକିତ୍ସା ନିମନ୍ତେ ଯୁବକଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂତ୍ରରୁ ଜଣାଯାଇଛି ।

nis-ad
Leave A Reply

Your email address will not be published.