ଗରିବ ଜନତାଙ୍କଠାରୁ ଅଧିକ ଟିକସ ଆଦାୟ କରିବ ପାକିସ୍ତାନ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ସଂକଟ ଦୂର ଓ ଋଣ ପରିଶୋଧ ପାଇଁ ଲୋକମାନଙ୍କଠାରୁ ବିପୁଳ ଟିକସ ଆଦାୟ କରିବାକୁ ପ୍ରସ୍ତୁତି ଚାଲିଛି। ଗତ କିଛି ବର୍ଷ ହେବ ପାକିସ୍ତାନ ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଛି। ଅଟା ଓ ଡାଲି ପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କୁ କଠିନ ସଂଘର୍ଷ କରିବାକୁ ପଡ଼ୁଛି। ଏପରି ସ୍ଥିତିରେ ବର୍ଦ୍ଧିତ ଟିକସ ବୋଝ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ ।
ଅନ୍ୟପକ୍ଷରେ ୪.୬୭ ଲକ୍ଷ ଆୟ କରୁଥିବା ପାକିସ୍ତାନୀଙ୍କଠାରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଆଦାୟ କରିବାକୁ ଆଇଏମଏଫ ପରାମର୍ଶ ଦେଇଛି। ପାକିସ୍ତାନ ଏବଂ ଆଇଏମଏଫ ଦେଶରେ ବେତନଭୋଗୀ ଏବଂ ଅଣ ବେତନଭୋଗୀ ବ୍ୟକ୍ତିଙ୍କ ପାଇଁ ନୂତନ ଆୟକର ହାର ଏବଂ କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ସାମଗ୍ରୀ ଉପରେ ୧୮ ପ୍ରତିଶତ ବିକ୍ରୟ ଟିକସ ଲାଗୁ କରିବାକୁ ଯୋଜନା କରିଛନ୍ତି, ଯାହା ଉପରେ ସହମତି ହୋଇନାହିଁ ।
ଏହି କାରଣରୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ବିନା କୌଣସି ଫଳାଫଳରେ ଶେଷ ହୋଇଛି ବୋଲି ରବିବାର ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ପାକିସ୍ତାନ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଅଧିକାରୀମାନେ ଶୁକ୍ରବାର ଟିକସ ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ବିଚାରାଧୀନ ପ୍ରସଙ୍ଗଉପରେ ଆଲୋଚନା କରିଛନ୍ତି। ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଖବରକାଗଜ ସୂତ୍ରରୁ ପ୍ରକାଶ କରିଛି ଯେ ଆୟକର ସୀମା, ବେତନଭୋଗୀ ଏବଂ ଅଣବେତନ ହାରର ମିଶ୍ରଣ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ସର୍ବାଧିକ ଆୟକର ହାର କୁ ନେଇ ଉଭୟ ପକ୍ଷ ସେମାନଙ୍କର ମତଭେଦ ଦୂର କରିପାରିବେ ନାହିଁ।

nis-ad
Leave A Reply

Your email address will not be published.