ବସୁଧା ଯୋଜନା ଅଛି ହେଲେ ପାନୀୟ ଜଳ ସୁବିଧା ନାହିଁ…

ପାତ୍ରପୁର : ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମରେ ପାନୀୟ ଜଳର ଅଭାବ ରହିଛି l ଗ୍ରାମରେ ବସୁଧା ଯୋଜନା ଥିଲେ ମଧ୍ୟ ଲୋକମାନେ ପାନୀୟ ଜଳ ପାଉନାହାନ୍ତି l ପାଣି ଆସୁଛି ତୋ ଦଶ, କୋଡିଏ ଦିନକୁ ଥରେ l ସେ ପୁଣି କୋଉ ଟ୍ୟାପ ରେ ପାଣି ଆସେ ଆଉ କୋଉଠି ଆଦୌ ପାଣି ଆସେନାହିଁ lନଳ କୂଅରୁ ପାଣି ବ୍ୟବହାର କରୁଛନ୍ତି l ନଳକୂଅର ପାଣି ମଧ୍ୟ ପିଇବା ଯୋଗ୍ୟ ନୁହେଁ l

ଲୋକେ ସେଇ ପାଣି ପିଇ ବିଭିନ୍ନ ପ୍ରକାରର ରୋଗରେ ପଡୁଛନ୍ତି l ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ମଧ୍ୟ ବସୁଧା ଯୋଜନାର କୌଣସି ପରିବର୍ତ୍ତନ ହୋଇନାହିଁ l ଉକ୍ତ ଗ୍ରାମର ଲୋକ ମାନେ ପ୍ରଶାସନକୁ ଅନୁରୋଧ କରୁଛନ୍ତି ଯେ, ଗ୍ରାମର ପାନୀୟ ଜଳର ସୁଧାର ଆଣିବା ପାଇଁ l

nis-ad
Leave A Reply

Your email address will not be published.