ସିଏମଓରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ଭୁବନେଶ୍ବର: ବିଜେଡି ଧରାଶାୟୀ ହେବା ପରେ ବୁଧବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ଗତକାଲି ତାଙ୍କର ଇସ୍ତଫା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦୁଇ ଜଣ ପରାମର୍ଶଦାତା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ସେ ହେଉଛନ୍ତି  ଆର୍. ବାଲକ୍ରିଷ୍ଣନ ଓ ସୁରେଶ ଚନ୍ଦ୍ର ମହାପାତ୍ର । ସିଏମ୍ଓ ମୁଖ୍ୟ ଉପଦେଷ୍ଟା ପଦରୁ ସୁରେଶ ମହାପାତ୍ର ଇସ୍ତଫା ଦେଇଥିବା ବେଳେ ସ୍ପେଶାଲ ଇନିସିଏଟିଭ୍ ଉପଦେଷ୍ଟା ପଦରୁ ଆର୍. ବାଲକ୍ରିଷ୍ଣନ ମଧ୍ୟ ଇସ୍ତଫା ଦେଇଛନ୍ତି ।

ବାଲକ୍ରିଷ୍ଣନ୍ ପୂର୍ବରୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଥିଲେ । ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା । ସେହିପରି ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବା ପରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିଲେ  ସୁରେଶ ମହାପାତ୍ର । ମୁଖ୍ୟ ସଚିବ କାର୍ଯ୍ୟକାଳ ସରିବା ପରେ ବି ସୁରେଶଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ପରେ ତାଙ୍କୁ ଓଇଆର୍ସି ଦାୟିତ୍ୱ ଦିଆଯାଇଥିଲା । ଏହା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା ।

nis-ad
Leave A Reply

Your email address will not be published.