ଯାତ୍ରା ପଡିଆରେ ସାବିତ୍ରୀ ବ୍ରତ ପାଳିଲେ ହଜାର ହଜାର ମହିଳା

ଫୁଲବାଣୀ : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା l ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପାଳିତହୁଏ ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସଧବା ସ୍ତ୍ରୀ ଲୋକମାନେ ଏହି ବ୍ରତ ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଫୁଲବାଣୀ ଯାତ୍ରା ପଡିଆ ଠାରେ ମା ନାରାୟଣୀ ଠାକୁରାଣୀଙ୍କ ସମେତ ବରାଳଦେବୀ, ବ୍ୟାଘ୍ର ଦେବୀ, ବ୍ରାହ୍ମଣୀ ଦେବୀ, ଗ୍ରାମଦେବତୀ ଓ ମା କାଳୀଙ୍କ ସମ୍ମୁଖରେ ଆୟୋଜିତ ହୋଇଥିଲା ସାବିତ୍ରୀ ବ୍ରତ ପାଇଁ ମଣ୍ଡପ l ଏହି ମଣ୍ଡପରେ ପୂଜକ ସଞ୍ଜୟ ଦାସ, ନୀଳକଣ୍ଠ ମିଶ୍ର, ପିତାମ୍ବର ପଣ୍ଡା, ପ୍ରକାଶ ପାଢୀ, ସୂର୍ଯ୍ୟ ପାଢୀ, ଜଗନ୍ନାଥ ମିଶ୍ରଙ୍କ ସମେତ ଅନ୍ୟ ପୂଜକ ମାନେ ସତ୍ୟବାନ ସାବିତ୍ରୀ ବ୍ରତ କଥା ପଢିବା ସହିତ ସମସ୍ତ ରୀତି ନୀତିରେ ପୂଜାର୍ଚ୍ଚନା କରିଥିଲେ l ପରେ ସମସ୍ତ ବ୍ରତଧାରୀ ମହିଳା ପଞ୍ଚ ଠାକୁରାଣୀଙ୍କୁ ମୁଣ୍ଡିଆ ମାରି ନିଜ ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ l ହଜାର ହଜାର ସଂଖ୍ୟାରେ ମହିଳା ସକାଳ ୭ଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଯାତ୍ରା ପୂଜା ମଣ୍ଡପ ନିକଟରେ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା l

nis-ad
Leave A Reply

Your email address will not be published.