ଶୀତଳଷଷ୍ଠୀ ଯାତ୍ରା ପାଇଁ ଜରୁରୀ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ସୁନାସିର ମହାପାତ୍ରଙ୍କ ସଭାପତିତ୍ବରେ ଚଳିତ ମାସ ଆସନ୍ତା ୧୦ ତାରିଖରେ ମହାଦେବଙ୍କ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବ୍ୟାପକ ପ୍ରସ୍ତୁତି ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ୧୦ ତାରିଖରେ ଦେବାଧି ଦେବ ମହାଦେବ ଙ୍କ ବାହାଘର ପାଇଁ ଯୋଗ ବାହାର କରାଯାଇଥିବା ବେଳେ ୧୧ ତାରିଖ ଦିନ ନଗର ଭ୍ରମଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା l କନ୍ୟା ପିତା ଭାବେ ପ୍ରସନ୍ନ ବିଶୋୟୀ ଏବଂ ବର ପିତା ଭାବେ ହାଲୀ ସାରଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ସମ୍ପାଦକ ଶ୍ରୀ ମହାରଣା ସୂଚନା ଦେଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସମ୍ପାଦକ ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ଉପସଭାପତି ବିଜୟ ମହାନ୍ତି, ସରତ ପଟ୍ଟନାୟକ ଆଇନଜିବି ରଜତ ମହାନ୍ତିଙ୍କ ସମେତ ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.