ହିଞ୍ଜିଳିରେ ବିଶ୍ଵ ପରିବେଶ ଦିବସ ପାଳନ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ଉତ୍ସବ ର ଉଦଘାଟନ କରିଥିଲେ । ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ବୃକ୍ଷ ରୋପଣ କରିବା ସହିତ ସୁରକ୍ଷା ପ୍ରଦାନ କଲେ ପରିବେଶ ର ସୁଧାର ଆସିବ ଓ ଆଗାମୀ ପିଢ଼ି ପାଇଁ ଏକ ମାତ୍ର ପୃଥିବୀ ର ପରିବେଶ ସୁରକ୍ଷିତ ରହିପାରିବ ବୋଲି ମତପୋଷଣ କରିଥିଲେ।କଠିନ ଆବର୍ଜନା ର ଉପଯୁକ୍ତ ପରିଚାଳନା କଲେ ରାସାୟନିକ ସାର, କୀଟନାଶକ ପରିବର୍ତ୍ତେ ସବୁଜ ଖତ, ଜିଆଖତ ଓ କମ୍ପୋଷ୍ଟ ବ୍ୟବହାର କଲେ ଜୀବଜନ୍ତୁ ମାନଙ୍କ ପାଇଁ ଓ ଆଗାମୀ ପିଢ଼ି ପାଇଁ ପରିବେଶ ସୁରକ୍ଷିତ ହୋଇ ରହିପାରିବ ବୋଲି ସିଆରସିସି ଅଖିଳ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ।ଶେଷରେ ବିଦ୍ୟାଳୟ ର ସ୍କାଉଟ ଓ ଗାଇଡ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ର ଛାତ୍ରୀ ମାନଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ହିଞ୍ଜିଳିକାଟୁ ସହରରେ ଏକ ସଚେତନତା ଶୋଭାଯାତ୍ରା କରିଥିଲେ। ପରିବେଶ ସୁରକ୍ଷା ଉପରେ ସଚେତନତା କରାଇଥିଲେ।ଏହି ଅବସରରେ ବିଦ୍ୟାଳୟ ର ଶିକ୍ଷକ ବୈକୁଣ୍ଠ ନାଥ ପାଠୀ,ଶିକ୍ଷକ ଉପେନ୍ଦ୍ର ନାଥ ସାବତ, ଶିକ୍ଷକ ଲାଲମୋହନ ସାହୁ, ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ପାତ୍ର, ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସେଠୀ, ଶିକ୍ଷୟିତ୍ରୀ ରଶ୍ମିତା ଭୋଳ,ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.