ନିର୍ବାଚନ ଫଳା ଫଳ ଘୋଷଣା ପରେ ମଦ, ବାଲି ଓ ଜମି ମାଫିଆଙ୍କ ମୁଣ୍ଡରେ ଚଡକ…


ବ୍ରହ୍ମପୁର: ସାରା ରାଜ୍ୟରେ ଥିବା ବାଲି ମଦ ମାଫିଆ ମାନେ ଅଧିକାଂଶ କରି ଶାସକ ଦଳରେ ରହି ନିଜକୁ ସୁରକ୍ଷିତ ମଣୁ ଥିବାର ନଜିର ରହିଛି। ଚଳିତ ସାଧାରଣ ନିର୍ବାଚନ ର ଫଳା ଫଳ ଘୋଷଣା ହେବା ପରେ ମଦ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଲକ୍ଷ କରାଯାଇଛି। ଏବେ ମୁଖ୍ୟମନ୍ତ୍ରୀ ଙ୍କ ନାମ ଘୋଷଣା ହେବା ପୂର୍ବରୁ ନିର୍ବାଚିତ ବିଧାୟକ ମାନଙ୍କ ନିକଟତର ହେବା ଓ ଦଳ ସହ ସମ୍ପୃକ୍ତ ହୋଇ ନିଜର ସାମ୍ରାଜ୍ୟ ପୁଣି ବିସ୍ତାର କରିବାକୁ ମାଫିଆ ମାନେ ଦଲାଲ ମାନଙ୍କ ସାହାଯ୍ୟ ନେବାକୁ ପ୍ରୟାସ ଆରମ୍ଭ କରି ଦେଇଥିବା ଚର୍ଚ୍ଚା ହେଉଛି।ସାରା ରାଜ୍ୟରେ ଏବେ ମଦ ବାଲି ମାଫିଆ ମାନଙ୍କ ଛତ୍ର ଛାୟା ତଳେ ବହୁ ନେତା ମନ୍ତ୍ରୀ ମାନେ ରହି ପିସି ନେବାର ସମ୍ପର୍କ ରେ ପୂର୍ବରୁ ଚର୍ଚ୍ଚା ହୋଇଆସୁଛି।ବର୍ତ୍ତମାନ ଶାସନ ଗାଦିରେ ବସିବାକୁ ଯାଉଥିବା ଶାସକ ଦଳର ଟ୍ରେଣ୍ଡ ବଦଳିବ ନା କଣ ରାଜ୍ୟ ବାସୀ ଚାହିଁ ବସିଥିବା ନେଇ ବିଭିନ୍ନ ମହଲ ରେ ଚର୍ଚ୍ଚାର ବିଷୟ ହୋଇଛି। ଆଗ ଭଳି ଏହି ମାଫିଆ ମାନଙ୍କୁ ବିଜେପି କୋଳେଇ ନେବନି ତ ବୋଲି ଏବେ ସାଧାରଣ ରେ ପ୍ରଶ୍ନ ଉଠିଲାଣି l ସେ ଯାହାବି ହେଉ ଦୁର୍ନୀତି ର ମୂଳ ପୋଛ ହେଉଛି ନା ପୂର୍ବ ଭଳି ସେହି ଗୋଟିଏ ଡଙ୍ଗାର ନାଉରୀ ହେବ ତାହା ସମୟ ସାଫେକ୍ଷ…

nis-ad
Leave A Reply

Your email address will not be published.