ମାଲକାନଗିରି ଜିଲ୍ଲାରେ ବିଜେଡି ଦୁର୍ଗର ପତନ : ଦୁଇ ନିର୍ବାଚନ ମଣ୍ଡଳୀରେ ବିଜୟୀ ହେଲେ ବିଜେପି ଓ କଂଗ୍ରେସ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ ମାଲକାନଗିରି ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି l ମାଲକାନଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ଲାଭ କରିଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନୀ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ବିଜୟ ହୋଇଛନ୍ତି l ତେବେ ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି l ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀଙ୍କୁ 78023 ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଲା ମାଢିଙ୍କୁ 63365 ଖଣ୍ଡ ଭୋଟ ମିଳିଛି l ବିଜୁ ଜନତା ଦଳର ପ୍ରାର୍ଥୀ ମାନସ ମାଡକାମୀଙ୍କୁ 34253 ଖଣ୍ଡ ଭୋଟ ମିଳିଥିଲା l ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ l କଂଗ୍ରେସ ପାର୍ଥି ମଙ୍ଗୁ ଖିଲଙ୍କୁ ମୋଟ 55550 ଖଣ୍ଡ ଭୋଟ ମିଳିଥିବା ବେଳେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଡ଼ମ୍ବୁରୁ ସୀସାଙ୍କୁ 46391 ଖଣ୍ଡ ଭୋଟ ମିଳିଛି l ବିଜୁ ଜନତା ଦଳ ରୁ ଟିକେଟରୁ ଲଢ଼ି ଲକ୍ଷ୍ମୀ ପ୍ରିୟା ନାୟକ 35143ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ l

nis-ad
Leave A Reply

Your email address will not be published.