ପାଟଣାଗଡ: ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ । କେହି କାରି ପୋତି ଦେଇଥିବା ସନ୍ଦେହ । ଏଭଳି କିଛି ଚାଞ୍ଚଲ୍ୟ ଘଟିଛି ବଲାଙ୍ଗୀରରେ । ବାଲାଙ୍ଗୀର ପାଟଣାଗଡା ବ୍ଲକ, ବେଲପଡା ଥାନା କେନକେବା ବ୍ରିଜ୍ ନିକଟ ଥିବା ଲହାନ୍ତା ନଦୀ ପଠାରୁ ଏକ ଅଜଣା ମହିଳାଙ୍କ ମୃତ ଦେହ ଠାବ କରାଯାଇଛି । କିନ୍ତୁ ସେ ମହିଳା ଜଣଙ୍କ କିଏ ଓ କେଉଁଠିକାର ତାହା ଜଣାପଡିନାହିଁ । ତେବେ ମହିଳାଙ୍କୁ ମାରି ପୋତିଦିଆଯାଇଥିବା ସନ୍ଦେହ କରାଯାଉଛି । ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ଲେଖିବା ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିଲା । ତେବେ ଏହାକୁ ନେଇ ଛାନଭିନ୍ ଆରମ୍ଭ କରିଛି ବେଲପଡା ପୋଲିସ |
Sign in
Sign in
Recover your password.
A password will be e-mailed to you.
Next Post