ବରିଷ୍ଟ କ୍ୟାମେରା ମ୍ୟାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଅଞ୍ଚଳରେ ଶୋକର ଛାୟା


ମାଲକାନଗିରି,୨।୬ ମାଲକାନଗିରି ଜିଲ୍ଲାର ବରିଷ୍ଟ କ୍ୟାମେରା ମ୍ୟାନ ଭିକି ଶଗଡିଆଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ବାସଭବନରୁ ଉଦ୍ଧାର ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁଯାୟୀ ମାଲକାନଗିଇର ଜିଲ୍ଲାରେ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ବିଭିନ୍ନ ବୈଦୁତିକ ଗଣ ମାଧ୍ୟମରେ କ୍ୟାମେରା ମ୍ୟାନ ଭାବେ କାର୍ଯ୍ୟ କରୁଥିବା ଭିକି ଶଗଡିଆଙ୍କ ଆଜି ମୃତ୍ୟୁ ହୋଇଯାଇଛି । ଜିଲ୍ଲା ସଦର ମହକୁମାର ଟାଗୋର ସୋସାଇଟି ନିକଟରେ ଥିବା ତାଙ୍କ ବାସ ଭବନ ମଧ୍ୟରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭିକି ଦୀର୍ଘ ବର୍ଷ ଧରି କ୍ୟାମେରା ମ୍ୟାନ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଗତ କିଛି ମାସ ହେଲା ସେ କୌଣସି ସଂସ୍ଥା ସହ ଜଡିତ ନଥିଲେ ଏବଂ କାର୍ଯ୍ୟରୁ ବିରତି ନେଇଥିଲେ । ତେବେ ଗତ କିଛି ମାସ ପୂର୍ବେ ତାଙ୍କ ପିତାଙ୍କ ଦେହାନ୍ତ ଆରେ ସେ ଏକପ୍ରକାର ଭାଙ୍ଗି ପଡିଥିବା ବେଳେ ମାନସିକ ଚାପରେ ରହୁଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ସେ ଘରକୁ ଆସିଥିବା ବେଳେ ଆଜି ଭୋରୁ ତାଙ୍କ କଠୋରୀ ମଧ୍ୟରେ ଭିକିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଜାହକୁ ନେଇ ପରିବାର ଓ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ଭିକି ବିବାହିତ ଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି, କିନ୍ତୁ ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ଓ ପୁତ୍ର ଉଭୟ ନବରଙ୍ଗପୁରରେ ଥିବା ବେଳେ ଭିକିଙ୍କ ମୃତ୍ୟୁ ପୁରା ପରିବାର ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ଏହା ସହ ଭିକିଙ୍କ ଏପରି ମୃତ୍ୟୁକୁ ସହଜରେ କେହି ମଧ୍ୟ ଗ୍ରହଣ କରି ପାରୁନଥିବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସାମ୍ବାଦିକ ସଙ୍ଗଠନ ଓ ବୁଦ୍ଧିଜୀବୀ ମାନେ ଶୋକ ବ୍ୟକ୍ତ କରିଛନ୍ତି ।

nis-ad
Leave A Reply

Your email address will not be published.