ବିଷମକଟକ ବସ୍‌ଷ୍ଟାଣ୍ଡରେ ଜଳିଗଲା ୪ଟି ଘରୋଇ ଯାତ୍ରୀବାହୀ ବସ୍‌

ରାୟଗଡ଼ା/ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ ଅଘଟଣ ଘଟିଛି। ଆଜି ଅପରାହ୍‌ଣରେ ଚାରୋଟି ଘରୋଇ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଛି।
ସୂଚନା ପାଇଁ ଘଟଣା ସ୍ଥଳରେ ଦୁଇଟି ଦମକଳ ବାହନୀ ପହଁଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏହି ଚାରୋଟି ବସ ଗୋଟିଏ ମାଲିକର ହୋଇଥିବା ସୂଚନା ମିଳିଛି। ବସରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି। ପ୍ରବଳ ଗରମ ଯୋଗୁଁ ବସରେ ନିଆଁ ଲାଗିଯାଇଥିବା ସୂଚନା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ବସ୍‌ଗୁଡ଼ିକରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ତାହା ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

nis-ad
Leave A Reply

Your email address will not be published.