ଭଗବାନ ଜାଣନ୍ତି ସେମାନେ ମୋ‌ତେ ଜେଲରେ ରଖି କ’ଣ ହାସଲ କରିବା ପାଇଁ ଚାହୁଁଛନ୍ତି !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆତ୍ମସମର୍ପଣ କରିବା ପୂର୍ବରୁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଯେଉଁଠାରେ ବି ରୁହେଁ। ଜେଲ ବାହାରେ ରୁହେ କି ଭିତରେ କିଛି ଫରକ ପଡ଼ିବ ନାହିଁ। ଦିଲ୍ଲୀର କାମ ନା କେବେ ଅଟକିଛି ନା ଅଟକିବ।
ସୁପ୍ରିମକୋର୍ଟଙ୍କ ପକ୍ଷରୁ ମୋତେ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନର ସମୟ ଦିଆଯାଇଥିଲା। ମୋର ଏହି ୨୧ ଦିନ ସମାପ୍ତ ହେବାର ସମୟ ଆସିଯାଇଛି। ରବିବାର ଅର୍ଥାତ ଜୁନ ୨ ତାରିଖ ଦିନ ମୋତେ ଆତ୍ମସମର୍ପଣ କରିବାକୁ ପଡିବ । ମୋତେ ପୁଣି ଜେଲ ଭିତରକୁ ଚାଲିଯିବାକୁ ହେବ।
ମୁଁ ଜାଣିନାହିଁ ଲୋକମାନେ ମୋ‌ତେ କେତେଦିନ ଯାଏଁ କେଉଁକେଉଁ ମାମଲା ଫସାଇ ଜେଲରେ ରଖିବେ। କିନ୍ତୁ ଆପଣମାନେ ସର୍ବଦା ଗୋଟିଏ କଥା ମନେ ରଖିଥିବେ ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବା ପାଇଁ ମୁଁ ଜେଲ ଯାଉଛି, ସେମାନଙ୍କର ସମସ୍ତ ଅତ୍ୟାଚାର ସହୁଛି।
‌ମୋତେ ସେମାନେ ଅନେକ ଥର ଭାଙ୍ଗିବା ପାଇଁ ଚେଷ୍ଟା କରିଛନ୍ତି। ନଇଁ ପଡ଼ିବା ପାଇଁ ବାଧ୍ୟ କରିଛନ୍ତି। ଜେଲରେ ଥିବା ଅବସ୍ଥାରେ ଅନେକ ନିର୍ଯାତନା ବି ଦେଇଛନ୍ତି। ମୁଁ ୩୦ବର୍ଷର ମଧୁମେହ ରୋଗୀ। ସେମାନେ ଏହା ଜାଣି ବି ମୋ ଔଷଧ ଅଟକାଇ ଦେଇଥିଲେ। ଯେଉଁ କାରଣରୁ ମୁଁ ଅସୁସ୍ଥ ଅନୁୂଭବ ବି କରିଥିଲି। ଭଗବାନ ଜାଣନ୍ତି ସେମାନେ ମୋ‌ତେ ଜେଲରେ ରଖି କ’ଣ ହାସଲ କରିବା ପାଇଁ ଚାହୁଁଛନ୍ତି।’

nis-ad
Leave A Reply

Your email address will not be published.