ଜର୍ମାନୀ: ଲୋକଙ୍କୁ ଆଖିବୁଜା ଛୁରାମାଡ଼, ଦୁର୍ବୃତ୍ତକୁ ଗୁଳି କଲା ପୁଲିସ୍

ମେନହେମ : ଜର୍ମାନୀର ମେନହେମ୍ ସହରରେ ଜଣେ ଦୁର୍ବୃତ୍ତ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନଙ୍କୁ ଆଖିମୁଜା ଛୁରାମାଡ କରିଛି । ଏହା ଫଳରେ କିଛି ଲୋକ ଆହତ ହୋଇଛନ୍ତି । ଏ ସଂପର୍କରେ ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁର୍ବୃତ୍ତକୁ ଗୁଳିକରିଛି । ପୂର୍ବାହ୍ନ ସାଢ଼େ ୧୧ଟା ପରେ ଏହି ଘଟଣା ଘଟିଥିବା ପୁଲିସ କହିଛି।
ଏବେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେନହେମ୍ ସହରର ଏକ ଛକରେ ଏହି ଛୁରି ଆକ୍ରମଣ ହୋଇଥିଲା। ପାଖାପାଖି ୩,୦୦,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ସହର ଫ୍ରାଙ୍କଫର୍ଟର ଦକ୍ଷିଣରେ ଅବସ୍ଥିତ ।
ତେବେ ଏହା ଏକ ଏକୁଟିଆ ଆତଙ୍କବାଦୀ ଆକ୍ରମଣ (ଲୋନ ଉଲଫ ଆଟାକ) କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚଳାଇଛି ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଏହି ଆକ୍ରମଣରେ ରାଜନୈତିକ ନେତା ତଥା ଇସଲାମ ବିରୋଧୀ କର୍ମୀ ମିସାଇଲ ଷ୍ଟୁଜେନବର୍ଗର ଆହତ ହୋଇଛନ୍ତି । ଏହି ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।

nis-ad
Leave A Reply

Your email address will not be published.